ରାଜଧାନୀର ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ । ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଅଭିଯୋଗ ମାମଲାରେ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ ସେଠାରେ ପହଞ୍ଚିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ ।
ସୂଚନାଯୋଗ୍ୟ ଗତକାଲି ଭାରତପୁର ଥାନା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ ଝାରପଡ଼ା ଜେଲେ ଅଧୀକ୍ଷକ ଡ଼ାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଥିଲା । ଆହତ ଅବସ୍ଥାରେ ଜେଲରୁ ଆସିଥିବର ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟବସ୍ଥା ବାବଦରେ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରିଥିଲେ । ହାଇକୋର୍ଟଙ୍କ ନିର୍ଦେଶ ପରେ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସ ପଠାଗଲା ଅଥଚ ପୂର୍ବରୁ କଣ ପାଇଁ ଜେଲରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଜାଣିବାକୁ କ୍ରାଇମବ୍ରାଞ୍ଚ ଟିମ ଖୋଳତାଡ଼ କରିଛି ।
ଅନ୍ୟପଟେ ମିଛଧରା ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ଆବେଦନ କରିବେ ବୋଲି ଜଣାପଡ଼ିଛି । ପୀଡ଼ିତାଙ୍କ ପରିବାର କ୍ରାଇମବ୍ରାଞ୍ଚ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଥିବାରୁ ତଦନ୍ତର ଏହି ଦିଗଟି ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । 15 ତାରିଖ ଦିନ ସକାଳେ ଭାରତପୁର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପୀଡ଼ିତାଙ୍କ ମେଡ଼ିକାଲ ପରୀକ୍ଷା କରାଯାବା ପରେ କୋର୍ଟ ଚାଲାଣ କରିଥିଲେ । କୋର୍ଟରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା ।17 ତାରିଖ ପର୍ଯ୍ୟନ୍ତ ସେ ଝାରପଡ଼ା ଜେଲରେ ଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ୨ ଦିନ ରହି ସେ ଚିକିତ୍ସିତ ହୋଇଥିଲେ।
ମାମଲାରୁ ଗୁରୁତ୍ବ ଉପଲବ୍ଧି କରି ରାଜ୍ୟ ସରକାର ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ କରାଇବା ସହ ପରେ ନ୍ୟାୟିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।