ଏକଦା ଦେବଭୂମି ମଥୁରାର ଫରହ ଅଞ୍ଚଳରେ ଅନେକ ଦୂରତା ଅତିକ୍ରମ କରି ପାନୀୟ ଜଳ ପାଇଁ ନାରୀ, ପୁରୁଷ ଏବଂ ଛୋଟ ପିଲାମାନେ ମୁଣ୍ଡରେ, କାନ୍ଧରେ ପାଣି ବୋହି ଗାଁ ପର୍ଯ୍ୟନ୍ତ ଆସୁଥିଲେ। ଚାରିଆଡେ ଖାରା ପାଣି ଥିବାରୁ ମିଠା ପାଣିର ଏକ ଏକ ବୁନ୍ଦା ମଧ୍ୟ ଅମୂଲ୍ୟ ଥିଲା। ଏହି ପାଣି ପାଇଁ ନିଜ ନିଜ ମଧ୍ୟରେ ଅନେକ ଥର କଳହ ହୋଇଛି। ପାଣି ପାଇଁ ପ୍ରାୟତଃ ପ୍ରତ୍ୟେକଦିନ କଳହ ହୋଇ ଆସୁଥିଲା। ଚାଷକାମ ଏଠାକାର ମୂଖ୍ୟ ବ୍ୟବସାୟ ଯାହା ସମ୍ପୂର୍ଣ୍ଣ ଭାବେ ପାଣି ଉପରେ ନିର୍ଭର । କୃଷକମାନେ କୌଣସିପ୍ରକାର ପରିବାର ପୋଷଣ କରି ପାରୁଥିଲେ କିନ୍ତୁ ଭବିଷ୍ୟତ ପିଢୀର ପ୍ରଗତି ପାଇଁ ସକ୍ଷମ ନ ଥିଲେ। ବାଧ୍ୟ ହୋଇ କିଛି ପରିବାର ରୋଜଗାର ପାଇଁ ଗାଁ ଛାଡି ଚାଲି ଯାଉଥିଲେ।
ଛୋଟ ପିଲାଙ୍କର ଶିକ୍ଷାର ମଧ୍ୟ କୌଣସି ବ୍ୟବସ୍ଥା ନ ଥିଲା। କିନ୍ତୁ ଯେତେବେଳେ ଜଣେ ତପସ୍ଵୀ କୌଣସି ଭୂମିରେ ଜନ୍ମ ଗ୍ରହଣ କରିଥାନ୍ତି ତାଙ୍କର ତପ ବଳରେ ଅନେକ ବର୍ଷ ପର୍ଯ୍ୟନ୍ତ ସେହି ଭୂମିକୁ ତାର ଫଳପ୍ରାପ୍ତ ହୋଇଥାଏ। ସଂଘର ପ୍ରଖର ପ୍ରଚାରକ ଏବଂ ଏକାତ୍ମ ମାନବ ଦର୍ଶନର ପ୍ରଣେତା ମାନନୀୟ ପଣ୍ଡିତ ଦୀଲଦୟାଲ ଉପାଧ୍ୟାୟଙ୍କ ଜନ୍ମସ୍ଥଳୀ ଚନ୍ଦ୍ରଭାନ ଗାଁ ମଥୁରାରୁ 22 କିଲୋମିଟର ଦୂର ଫରହ କ୍ଷେତ୍ରରେ, ନଗଲା ଆଜି ଦୀନଦୟାଲ ଧାମ ନାମରେ ପରିଚିତ। 1982 ମସିହାରେ ପଣ୍ଡିତ ଦୀଲଦୟାଲଜୀଙ୍କ ପୈତୃକ ଘରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବରିଷ୍ଠ ଅଧିକାରୀ ମାନନୀୟ ଭାଉରାଓ ଦେଓରସଜୀ, ମାନନୀୟ ଅଟଳ ବିହାରୀ ବାଜପାୟୀଜୀ, ମାନନୀୟ ଓମପ୍ରକାଶଜୀ ଇତ୍ୟାଦି ଅନେକ ଅଧିକାରୀଗଣ ମିଶି ପଣ୍ଡିତ ଦୀନଦୟାଲ ଜନ୍ମଭୂମି ସ୍ପାରକ ସମିତିର ଗଠନ କରି ଏହି କ୍ଷେତ୍ରର ବିକାଶର ଦ୍ଵାର ଖୋଲି ଦେଇଥିଲେ। ଏଠାରେ ଦୀନଦୟାଲଜୀଙ୍କର ସ୍ମାରକ ସ୍ଵରୂପ ଏକ ଭବ୍ୟ ସ୍ମୃତି ଭବନର ନିର୍ମାଣ କରାଯାଇଥିଲା। ଯାହା ଆଜି ଦୀନଦୟାଲ ଧାମ ନାମରେ ପରିଚିତ।
ଯେଉଁ ପ୍ରକାର ଘରେ ଗୋଟିଏ ଚୁଲାରେ ପରିବାରର ସମସ୍ତ ସଦସ୍ୟଙ୍କ ଭରଣ ପୋଷଣ କରିଥାଏ ଠିକ୍ ସେହି ପ୍ରକାର ସ୍ମାରକ ସମିତି ଅନେକ ବର୍ଷରୁ ଫରହ ପ୍ରଖଣ୍ଡ ର 56 ଗାଁ ର ପ୍ରାଥମିକ ଏବଂ ସର୍ବାଙ୍ଗୀନ ବିକାଶ ହେତୁ ପ୍ରୟାସରତ ଅଛି।
ସଂଘର ପ୍ରଚାରକ ଏବଂ ସମିତରି ନିର୍ଦ୍ଦେଶକ ମାନନୀୟ ସୋନପାଲଜୀ କହନ୍ତି କି ମଧୁର ଜଳର ଅଭାବରେ ଲୋକମାନେ ବହୁ ଦୂରରୁ ପାଣି ବୋହି ଆଣୁଥିଲେ। ଏଥି ପାଇଁ 1992 ମସିହାରେ ସର୍ବ ପ୍ରଥମ ମଧୁର ଜଳର ପାଇପଲାଇନର 15ଟି ଷ୍ଟାଣ୍ଡ ଲଗା ଯାଇଥିଲା। ଆଜି ଫରହ କ୍ଷେତ୍ରରେ ମଧୁର ଜଳର ବଡ ଟାଙ୍କି ଅଛି ଯେଉଁଥିରୁ ଗାଁ ର ପ୍ରତ୍ୟେକ ପରିବାରକୁ ମଧୁର ଜଳ ମିଳୁଛି। ପାନୀୟ ଜଳର ସମସ୍ୟା ସମାଧାନ ହେବା ସହିତ କ୍ଷେତିବାଡି ପାଇଁ ବହୁ ବିକଳ୍ପ ସାମାନାକୁ ଆସିଲା। ଆଜି ଦୀନଦୟାଲ ଧାମରେ 5000 ବୃକ୍ଷ ରୋପଣ କରାଯାଇଛି। ଏକ ସୁନ୍ଦର ଅଁଳା ବଗିଚା ମଧ୍ୟ ଏଠାରେ ଅଛି। ବିଭିନ୍ନ ପ୍ରୟୋଗ ଦ୍ଵାରା କୃଷକମାନଙ୍କୁ ପ୍ରାକୃତିକ ଏବଂ ଜୈବିକ କୃଷି ପାଇଁ ପ୍ରେରିତ କରାଯାଉଛି।
ପ୍ରତ୍ୟେକ ଦିନ 75,000 ଲିଟର ଖରାପ ପାଣି Sewage Treatment Plant ରୁ ଶୁଦ୍ଧ ହୋଇ ଗାଁର ସିଞ୍ଚନ କାମରେ ଆସୁଅଛି। ପୁନଃ ନିର୍ମାଣ ଓ ସୌନ୍ଦର୍ଯୀକରଣ କାରଣରୁ ଆଜି ଦୀନଦୟାଲଧାମ ଉତ୍ତର ପ୍ରଦେଶର ଏକ ଭବ୍ୟ ପର୍ଯ୍ୟଟନ କେନ୍ଦ୍ର ହୋଇଛି।
ଆଜି ଏଠାରେ ପିଲାମାନେ କେବଳ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର ନାହାନ୍ତି। ଦୀନଦୟାଲ ଉପାଧ୍ୟାୟ ସରସ୍ଵତୀ ବିଦ୍ୟାମନ୍ଦିର ମାଧ୍ୟମରେ ଦୁଇଟି ବିଦ୍ୟାଳୟ ସଞ୍ଚାଳନ ହେଉଛି, ଯେଉଁଠି 1000ରୁ ଅଧିକ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। କେବଳ ଏତିକି ନୁହେଁ ଏଠାରେ ପାଖାପାଖି 25ଟି ଗ୍ରାମରେ ନିଃଶୁଳ୍କ One teaching one School କାର୍ଯ୍ୟକ୍ରମ ଚାଲୁଅଛି। ଏହା କେବଳ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷା ସହିତ ସଂସ୍କାର ମଧ୍ୟ ଦେଇ ସେମାନଙ୍କ ଜୀବନକୁ ଉଚିତ୍ ଦିଗଦର୍ଶନ କରୁଛନ୍ତି। ଫରହ ବିକାଶ ଖଣ୍ଡରେ 8ଟି ନ୍ୟାୟ ପଞ୍ଚାୟତରେ 6ଟି ସରସ୍ଵତୀ ଶିକ୍ଷା ମନ୍ଦିର ଅଛି ଯେଉଁଠି 33ଟି ଗାଁର 1383 ପିଲାମାନେ ଶିକ୍ଷା ପ୍ରାପ୍ତ କରୁଛନ୍ତି।
ସବୁ କ୍ଷେତ୍ରରେ ପ୍ରକଳ୍ପ ଆରମ୍ଭ କରି ସମିତି ସର୍ବାଙ୍ଗୀନ ବିକାଶର ମୂଳଦୁଆ ପକାଇଲା। କାମଧେନୁ ଖାଦ୍ୟ ଏବଂ ଗ୍ରାମଦ୍ୟୋଗ ଫର୍ମାସୀ ମନ୍ତ୍ରୀ ଶ୍ରୀ ହେମେନ୍ଦ୍ରଜୀ କହନ୍ତି କି ଛୋଟ ମୋଟ ରୋଗରୁ ନେଇ ଗମ୍ଭୀର ରୋଗାକ୍ରାନ୍ତ ଲୋକେ ପୂର୍ବରୁ ବହୁଦୂର ଅତିକ୍ରମ କରି ମଥୁରା ହସ୍ପିଟାଲ ପର୍ଯ୍ୟନ୍ତ ଯାଉଥିଲେ। ଏହାକୁ ଧ୍ୟାନରେ ରଖି ସେବାକେନ୍ଦ୍ର ପରିସରରେ ହିଁ ଏକ ନିଃଶୁଳ୍କ ଆୟୁର୍ବେଦିକ ଚିକିତ୍ସାଳୟ ସଞ୍ଚାଳନ କରାଯାଉଅଛି। ଏଠାରେ ପ୍ରତି ବର୍ଷ 30 ହଜାର ଜଣ ରୋଗୀଙ୍କର ଚିକିତ୍ସା କରାଯାଉଛି। ଏଠାରେ ନିଃଶୁଳ୍କ ନେତ୍ର ଅପରେସନ, ବିକଳାଙ୍ଗ ସହାୟତା, ଡେଣ୍ଟଲ ମେଡିକାଲ ଚେକଅପ ଏବଂ ଅନ୍ୟରୋଗ ସମ୍ବନ୍ଧିତ ମେଡିକାଲ କ୍ୟାମ୍ପ ଆୟୋଜିତ କରାଯାଇଥାଏ।
ପରିସରରେ ଏକ କାମଧେନୁ ଗୋଶାଳା ମଧ୍ୟ ଅଛି। ଏଠାରେ ପଞ୍ଚଗବ୍ୟ ଆଧାରିତ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରାଯାଏ। ଏହି ଗୋଶାଳା ଗାଁର ମହିଳାମାନଙ୍କ ସ୍ଵାବଲମ୍ବନର ଆଧାର ହୋଇଯାଇଛି। ଆଜି ପର୍ଯ୍ୟନ୍ତ 40ରୁ ଅଧିକ ଭଉଣୀମାନେ ଔଷଧ ନିର୍ମାଣର ବିଭିନ୍ନ ଆୟାମରେ ଟ୍ରେନିଂ ନେଇ ସାରିଛନ୍ତି ଏବଂ ଏହି ମହିଳାମାନେ ଏଠାରେ ପ୍ରତିମାସ 4,500/- ଟଙ୍କା ଯାଏ ରୋଜଗାର କରୁଛନ୍ତି।
ସ୍ଵାମୀର ମୃତ୍ୟୁପରେ ଅନୀତା ଦୁଇ ପିଲାଙ୍କୁ ନେଇ ଏକୁଟିଆ ହୋଇଯାଇଥିଲେ। କିନ୍ତୁ ସିଲେଇ କରି ଆଜି ସେ ସ୍ଵାଭୀମାନର ସହିତ ଜୀବନ ବ୍ୟତୀତ କରଛନ୍ତି। ସେ ଆଜି କାହାରି ଉପରେ ବୋଝ ହୋଇ ନାହାନ୍ତି। ରମା ଭଉଣୀର ଶାଶୁମା ଏହି ଧାମରେ ସିଲେଇ ପ୍ରଶିକ୍ଷଣ ନେଇ ଦୀର୍ଘ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ରମା ମଧ୍ୟ ଏଠାରେ ସିଲେଇ ଶିକ୍ଷା କରି ସ୍ଵାଭିମାନର ସହିତ ବଞ୍ଚି ପାରିଛନ୍ତି। ସିଲେଇ ପ୍ରଶିକ୍ଷଣ ଏବଂ ବସ୍ତ୍ର ଉଦ୍ୟୋଗ କେନ୍ଦ୍ର ଦ୍ଵାରା ପାଖାପାଖି 500 ଭଉଣୀ ସିଲେଇ ଶିକ୍ଷାକରି ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି। ଏଠାକୁ 8ଟି ଗାଁର ମହିଳାମାନେ ପ୍ରଶିକ୍ଷଣ ପାଇଁ ଆସନ୍ତି। ପ୍ରଶିକ୍ଷଣ ପରେ ଯେଉଁ ଭଉଣୀର ବିବାହ ହୁଏ ତାକୁ ଦୀନଦୟାଲ ଧାମ ପରିବାର ତରଫରୁ ସିଲେଇ ମେସିନ ଉପହାର ସ୍ଵରୂପ ଦିଆଯାଏ।
ସମିତିର ମନ୍ତ୍ରୀ ନିତିନ ବହଲଜୀ କହନ୍ତି ପଣ୍ଡିତଜୀଙ୍କ ଜନ୍ମ ଉତ୍ସବ ଏବଂ ନିର୍ବାଣ ଦିବସରେ ପ୍ରଦର୍ଶନୀ, ମେଳା ଓ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ ହୁଏ ଏବଂ ବହୁଲୋକ ଏଥିରେ ଭାଗ ନିଅନ୍ତି। ସମିତିରେ ସାମୁଦାୟିକ ଭବନ, ରାଧାକୃଷ୍ଣ ମନ୍ଦିର, ସତସଙ୍ଗ ଭବନ ପୁସ୍ତକାଳୟ ଆଖପାଖର ସବୁ ଗାଁକୁ ଯୋଡି ରଖିଛି।
ପ୍ରକୃତିରୁ ପୂର୍ଣ୍ଣ ସାମଞ୍ଜସ୍ୟର ସହିତ ମାନବର ବିକାଶ ଏହି ଏକାତ୍ମ ମାନବ ଦର୍ଶନ ପଣ୍ଡିତଜୀଙ୍କ ବିଚାର ସ୍ଵରୂପ ପଣ୍ଡିତ ଦୀନଦୟାଲ ଜନ୍ମ ସ୍ମାରକ ସମିତି ଭବନ ବ୍ରଜ ଭୁମିର ଗୌରବ ଏହା ଦେବ ଭୁମିର ଅଭିମାନ ଅଟେ।