ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ଏବେ ମହାଲକ୍ଷ୍ମୀ ହତ୍ୟାକୁ ନେଇ ଚର୍ଚା ହେଉଛି । ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା । ଆଉ ବେଙ୍ଗାଲୁରରେ ମହାଲକ୍ଷ୍ମୀଙ୍କୁ ଅସରଫ ପ୍ରେମ କରୁଥିଲା । ପରେ ହତ୍ୟା କରି 30 ଖଣ୍ଡ କରି ଫ୍ରିଜରେ ରଖି ଫେରାର ହୋଇଯାଇଛି ! । ଏଭଳି କହିଛନ୍ତି ହେମନ୍ତ ଦାସ । ହେମନ୍ତଙ୍କ କହିବା କଥା ତାଙ୍କ ସ୍ତ୍ରୀ ମହାଲକ୍ଷ୍ମୀ ଝଗଡ଼ା ହେବାରୁ ଏକା ରହୁଥିଲେ । ଏହି ସମୟରେ ଅସରଫ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ପରେ ତାଙ୍କ ସ୍ତ୍ରୀଙ୍କୁ 30 ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା । ଏଭଳି ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ଜୋର ଧରିଛି । ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସମସ୍ତେ ଆଲୋଚନା କରୁଛନ୍ତି ।
ମହାଲକ୍ଷ୍ମୀଙ୍କୁ ଟିକି ଟିକି କରି କାଟି ଫ୍ରିଜରେ ରଖିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ପ୍ରେମିକ ଜଣକ ମୁସଲମାନ ହୋଇଥିବା ବେଳେ ମୃତକ ମହିଳା ହିନ୍ଦୁ ଥିଲେ ବୋଲି ଜଣାପଡ଼ିଛି । ପୁଣି ଜଣେ ହିନ୍ଦୁକୁ ଜଣେ ମୁସଲିମ ଯୁବକ ବଳି ପକାଇ ଦେବା କଥା ଲୋକେ ଭାଇରାଲ କରୁଛନ୍ତି । ଘଟଣା ଅନୁସାରେ ହେମନ୍ତ ଏବଂ ମହାଲକ୍ଷ୍ମୀ ବିବାହ କରିବା ପରେ ଝଗଡ଼ା ହୋଇଥିଲା । ମହାଲକ୍ଷ୍ମୀଙ୍କର ଅନ୍ୟ ସହ ସଂପର୍କକୁ ନେଇ ଦୁହେଁ ଅଲଗା ରହୁଥିଲେ । ଝଗଡ଼ା ପରେ ମହାଲକ୍ଷ୍ମୀ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ଅଭିଯୁକ୍ତ ଅସରଫ ସେଲୁନରେ କାମ କରୁଥିଲା । ଏବଂ ଅନେକ ସମୟରେ ମହାଲକ୍ଷ୍ମୀଙ୍କ ଘରକୁ ଯାଉଥିଲେ । ହେମନ୍ତଙ୍କୁ ଛାଡି ମହାଲକ୍ଷ୍ମୀ ମଲରେ କାମ କରୁଥିଲେ । ହେମନ୍ତ ମୋବାଇଲ ଦୋକାନରେ କାମ କରୁଥିଲେ ମଧ୍ୟ ସେ ତାଙ୍କ କୁନି ଝିଅକୁ ବେଳେ ବେଳେ ଦେଖା କରିବାକୁ ଯାଉଥିଲେ ।
ପୋଲିସ କହିବା ଅନୁସାରେ ମୃତକ ମହିଳା ମହାଲକ୍ଷ୍ମୀ ବିବାହିତ ଥିଲେ ଓ ତାଙ୍କର ୪ବର୍ଷର ଝିଅ ଥିଲା । ମହାଲକ୍ଷ୍ମୀଙ୍କ ସ୍ବାମୀ ହେମନ୍ତ, ମହାଲକ୍ଷ୍ମୀଙ୍କୁ ନେଇ ନୂଆ ତଥ୍ୟ ଦେଇଛନ୍ତି। ହେମନ୍ତ କହିଛନ୍ତି ୬ବର୍ଷ ତଳେ ସେ ମହାଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ବର୍ଷର ଝିଅ ବି ଅଛି। ହେଲେ ବିଭିନ୍ନ କଥାକୁ ନେଇ ଝଗଡ଼ା ହେଉଥିବାରୁ ମହାଲକ୍ଷ୍ମୀ ୯ମାସ ତଳେ ଅଲଗା ରହିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କର ଅସରଫଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରମାଣ ଲୁଚାଇବାକୁ ଅସରଫ ହିଁ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଛନ୍ତି। ଅସରଫ ଫେରାର ଥିବାରୁ ତାକୁ ଗିରଫ ପାଇଁ ଉଦ୍ୟମ ଚାଲିଥିବା କହିଛି ପୁଲିସ।