ନୂଆଦିଲ୍ଲୀ: ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିଲେ ମିଳିବ ଦଣ୍ଡ । ଯେଉଁମାନେ ଏସବୁ ଭିଡିଓ ଦେଖୁଛନ୍ତି ତାଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିବ । ଏପରି କହିଛନ୍ତି ସୁପ୍ରିମକୋର୍ଟ । ମାଡ୍ରାସ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ସେହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ।
ଏଣିକି ଯେଉଁମାନେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡିତ ଜିନିଷ ଡାଉନଲୋଡ କରିବେ କିମ୍ବା ନିଜ ପାଖରେ ରଖି ଦେଖିବେ ସେମାନଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ କିମ୍ବା ଦେଖିବା ପୋକ୍ସୋ ଅଧିନିୟମ ଅଟେ । ତେଣୁ ଯେଉଁମାନେ ଏହାର ବ୍ୟବହାର କରୁଛନ୍ତି ସେମାନେ ପୋସ୍କୋ ଆକ୍ଟ ଅନୁସାରେ ଦଣ୍ଡିତ ହେବେ ।
ମାଡ୍ରାସ ହାଇକୋର୍ଟଙ୍କ କହିଥିଲେ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ ଏବଂ ଦେଖିବା ପୋକ୍ସୋ ଆକ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ନୁହେଁ । ତେବେ ଏହାର ବ୍ୟାଖାକରି ସର୍ବୋଚ୍ଚ କୋର୍ଟ କହିଛନ୍ତି ‘ଶିଶୁ ଅଶ୍ଳୀଳତା’ ଶବ୍ଦକୁ ‘ଶିଶୁ ଯୌନ ଶୋଷଣ ଏବଂ ଅପବ୍ୟବହାର ସାମଗ୍ରୀ’ ବୋଲି ଧରାଯିବ । ଏନେଇ ସ୍ପଷ୍ଟ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
‘ଅଶ୍ଳୀଳତା’ ଶବ୍ଦକୁ ଆଉ ବ୍ୟବହାର ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଇନଗତ ଭାବେ ଏପରି ସାମଗ୍ରୀ ଧାରଣ କରିବା ମଧ୍ୟ ଏକ ଅପରାଧ। ଶିଶୁ ଅଶ୍ଳୀଳତା’ ଶବ୍ଦକୁ ‘ଶିଶୁ ଯୌନ ଶୋଷଣ ଏବଂ ଅପବ୍ୟବହାର ସାମଗ୍ରୀ’ ସହିତ ବଦଳାଯିବା ଆବଶ୍ୟକ ।