ଦିଲ୍ଲୀ: ଦିଲ୍ଲୀ ରାଜନୀତିକୁ ନେଇ ବେଶ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅତିଶୀ ମାର୍ଲେନ ଯାହା କହିଛନ୍ତି ତାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଅତିଶୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପଡ଼ିଥିବା ଚୌକିରେ ବସିଥିଲେ। ତେବେ ତାଙ୍କ ଚୌକି ବାମ ପାର୍ଶ୍ବରେ ଆଉ ଏକ ଖାଲି ଚୌକି ଦେଖିବାକୁ ମିଳିଥିଲା। ଏହି ଖାଲି ଚୌକି ବିଷୟରେ ଅତିଶୀ କହିଥିଲେ, ଏହି ଚୌକି ଅରବିନ୍ଦ କେଜ୍ରିଓ୍ବାଲ ଫେରିବା ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠରେ ରହିବ। ଏହି ଚୌକି କେଜ୍ରିଓ୍ବାଲଙ୍କ ଅପେକ୍ଷାରେ ବି ରହିବ। ଯାହାକୁ ନେଇ ଉପସ୍ଥିତି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ।
ତେବେ ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ସମାଲୋଚନା କରୁଛନ୍ତି । ବିଜେପି ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଖରେ ଆଉ ଏକ ଖାଲି ଚୌକି ରଖାଯିବା ଆଦର୍ଶ ପାଳନ ନୁହେଁ, ବରଂ ଚାମଚାଗିରି ବୋଲି ବିଜେପି କହିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀର ଗରିମା କ୍ଷୁଣ୍ଣ କରୁଛନ୍ତି ଆପ ନେତା । ଦିଲ୍ଲୀବାସୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଉଛନ୍ତି । କେଜ୍ରିଓ୍ବାଲ ଜବାବ ଦିଅନ୍ତୁ କି ସେ ଏହିପରି ଭାବେ ରିମୋଟ୍ କଂଟ୍ରୋଲ ଜରିଆରେ ଦିଲ୍ଲୀ ସରକାର ଚଳାଇବେ କି ବୋଲି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି । ତେବେ ଗଣତନ୍ତ୍ରରେ ଏପରି ଜଣେ ମୁଖ୍ୟମନ୍ତ୍ରୀ କହିବାକୁ ନେଇ ଜାତୀୟ ଗଣମାଧ୍ୟରେ ଜୋରଦାର ଚର୍ଚା ଚାଲିଛି । ଆତିଶୀ ଠିକ୍ କହିଛନ୍ତି ନା ଭୁଲ ତାହା ଦିଲ୍ଲୀବାସୀ କହିବେ ।