ଆଜି କାଲି ଅତ୍ୟଧିକ କାମ ଚାପ ଜୀବନ ନେଇପାରେ । ଆପଣଙ୍କୁ ଡିପ୍ରେସନ ଆଣିପାରେ । ଆପଣ ଚିଡିଚିଡା ହୋଇପାରନ୍ତି ଅର୍ନଷ୍ଟ ଆଣ୍ଡ ୟଙ୍ଗ କମ୍ପାନୀରେ କାମ କରୁଥିବା ଜଣେ 26 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ପରେ ଦେଶରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ସେ କାମ ଚାପରେ ଖାଇବା-ପିଇବାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ଦେଖିବାକୁ ଗଲେ ବସଙ୍କ କଥାରେ କାମ କରୁକରୁ ଡିପ୍ରେସନ ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଲାଣି। ନିକଟରେ ଜଣେ ଯୁବତୀ ଅତ୍ୟଧିକ କାମ ଚାପ କାରଣରୁ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଚେନ୍ନାଇର ଜଣେ ଜଣେ 38 ବର୍ଷିୟ ସଫ୍ଟୱେୟର ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି।
ମୃତକ ହେଉଛନ୍ତି କାର୍ତ୍ତିକେୟନ। ସେ ବିଦ୍ୟୁତ ତାରକୁ ନିଜ ଦେହରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ଶରୀରରେ ତାର ଗୁଡା ଯାଇଥିବାରୁ ସେ ଏହା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି।
ସୂଚନା ଅନୁସାରେ, କାର୍ତ୍ତିକେୟନଙ୍କ ଘର ତାମିଲନାଡ଼ୁରେ। ସେ ଚେନ୍ନାଇର ଏକ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ। ଚେନ୍ନାଇରେ ମଧ୍ୟ ତାଙ୍କ ପତ୍ନୀ ଏବଂ ଦୁଇଟି ପିଲା ରହହୁଥିଲେ। ଗତ 15 ବର୍ଷ ଧରି ସଫ୍ଟୱେର୍ ଫାର୍ମରେ କାମ କରିବା ପରେ ଡିପ୍ରେସନ କାରଣରୁ ଜୀବନ ହାରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କାର୍ତ୍ତିକେୟନ୍ କିଛି ଦିନ ହେବ ଡିପ୍ରେସନରେ ରହୁଥିଲେ। ଏହି କାରଣରୁ ସବୁବେଳେ ଚିଡ଼ଚିଡ ହେଉଥିଲେ। ଏପରିକି ଡିପ୍ରେସନ ଦୂର ପାଇଁ ଦୁଇ ମାସ ହେବ ମେଡିସିନ୍ ମଧ୍ୟ ଖାଉଥିଲେ। କିନ୍ତୁ ତାଙ୍କ ପତ୍ନୀ ପିଲାମାନଙ୍କୁ ନେଇ ମନ୍ଦିରକୁ ଯାଇଥିବା ବେଳେ ସେ ପ୍ରାଣ ହରାଇଛନ୍ତି ।