ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ସହର ଓ୍ବିଲମିଙ୍ଗଟନରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ବାଡ଼ ଶିଖର ସମ୍ମିଳନୀ ଉପରେ ପୂରା ବିଶ୍ବର ନଜର ରହିଛି । ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହେଯାଗକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପକୁ ଏହି ସମ୍ମିଳନୀ ଚୂଡ଼ାନ୍ତ ରୂପ ଦେବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରମୁଖ ବୈଶ୍ବିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକାରେ ପହଞ୍ଚିଛନ୍ତି । କ୍ବାଡ଼ ହେଉଛି ଅଷ୍ଟ୍ରେଲିଆ ଭାରତ ଜାପାନ ଏବଂ ଆମେରିକା ମଧ୍ୟରେ ଏକ କୂଟନୈତିକ ଭାଗିଦାରୀ ଯାହା ଏକ ମୁକ୍ତ ସ୍ଥିର ଏବଂ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧା ଏଥର ସମ୍ମିଳନୀରେ ୟୁକ୍ରେନ ଗାଜା ସଂଘର୍ଷର ଶାନ୍ତିପୂଣ୍ଣ ସମାଧାନ ପାଇଁ କିଛି ବଡ଼ ନିଷ୍ପତ୍ତି ଗ୍ରହଣ କରାଯିବ । ଏହା ସହିତ ବୈଠକରେ ସ୍ବାସ୍ଥ୍ୟ ସୁରକ୍ଷା ଜଳବାୟୁ ପରିବର୍ତନ ନୂତନ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଯୋଗାଯୋଗ ଏବଂ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହଯୋଗ ଉପରେ କ୍ବାଡ଼ ନେତାମାନେ ଆଲୋଚନା କରିବେ ।
ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଉପରେ ଗୁରୁତ୍ବ ଦେଉଥିବା ସମଭାବାପନ୍ନ ଦେଶମାନଙ୍କର ଏକ ପ୍ରମୁଖ ମଞ୍ଚ ଭାବେ କ୍ବାଡ଼ ଭତ୍ତା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଆମେରିକା ଗସ୍ତ ପୂର୍ବରୁ କହିଚନ୍ତି । ମେ,20,2023ରେ ଅଷ୍ଟ୍ରେଲିଆରେ ଶେଷ କ୍ବାଡ଼ ବୈଠକ ପରେ ଏହା ଏକ ଭିଜନ ବିବୃତି ବୋଲି ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ସଦସ୍ୟ ରାଷ୍ଟ୍ରମାନେ ଏପରି ଏକ କ୍ଷେତ୍ର ଚାହୁଁଛନ୍ତି ଯାହା ଶାନ୍ତିପୂଣ୍ଣ ଏବଂ ସମୃଦ୍ଧି ହେବା ସହ ସୁରକ୍ଷିତ ବାତାବରଣ ଏବଂ ସାର୍ବଭୌମତ୍ବକୁ ସମ୍ମାନ ଦେବା ବିବାଦଗୁଡ଼ିକୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମାଧାନ କରାଯିବା ଉପରେ କ୍ବାଡ଼ ସର୍ବାଧିକ ଗୁରୁତ୍ବାରୋପ କରିଛି । ଏହା ପୂର୍ବରୁ 24 ମଇ 2022ରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଚତୁର୍ଥ କ୍ବାଡ଼ ଶିଖର ସମ୍ମିଳନୀ ର ଆୟୋଜନ କରିଥିଲେ ।