ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଆତିଶୀଙ୍କ ସହ ମନ୍ତ୍ରୀମାନେ ବି ଶପଥ ଗ୍ରହଣ କଲେ । ଗୋପାଳ ରାୟ , କୌଳାସ ଗେହଲଟ ମନ୍ତ୍ରୀ ହେଲେ ।
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଆତିଶୀ ମର୍ଲେନା । ରାଷ୍ଟ୍ରପତି ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଆତିଶୀଙ୍କ ନେତୃତ୍ବରେ ନୂଆ ସରକାର ଗଠନ ପାଇଁ ମଞ୍ଚୁରୀ ଦେଇଛନ୍ତି । ଉପରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆତିଶୀଙ୍କ ସହ 5 ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।
ଗୋପାଳ ରାୟ , ସୌରଭ ଭରଦ୍ବାଜ କୈଳାସ ଗୋହଲଡ଼ , ଇମ୍ରାନ ହୁସେନ ଓ ମୁକେଶ ଅହଲାବାତ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ସମାରୋହରେ ଆପ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ , ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ସାମିଲ ହୋଇଥିଲେ । ଦିଲ୍ଲୀର ସର୍ବ କନିଷ୍ଠ ଓ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଆତିଶୀ ମର୍ଲେନା ।
–