ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ବର୍ବରତା ସବୁ ସୀମା ଟପିଛି। ସବୁ ସତ୍ବେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ହାଲକା ଭାବେ ନେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ରାଜ୍ୟରେ ଆଇନ ଶୃଙ୍ଖଳା ଅସମ୍ଭାଳ ହେଲାଣି। ତେଣୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ।
ସେ ଆହୁରି କହିଛନ୍ତି ଏହି ଘଟଣା ଭାରତବର୍ଷର ସବୁ ଲୋକଙ୍କୁ ମର୍ମାହତ କରିଛି l ଏହା ଏକ ଲୋମହର୍ଷକାରି ଘଟଣା l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟିତ୍ୱ ନେବା ପରେ ଦଳିତ, ଆଦିବାସି, ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି l ମେଜର ଓ ତାଙ୍କ ବାନ୍ଧବିଙ୍କୁ ପୋଲିସ ବର୍ବରତା ସବୁ ସୀମା ଟପିଛି l
ଶ୍ରୀ ଜେନା କହିଛନ୍ତି ବାଡ଼ ଖାଉଛି ଫସଲ l ପୋଲିସ ପାଖରେ ପହଞ୍ଚି ସେମାନେ ନ୍ୟାୟ ପାଇବାକୁ ଯାଇଥିଲେ l ହେଲେ ପାଇଲେ ଅତ୍ୟାଚାର l ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ପ୍ରସଂଗ କୁ ହାଲକା ଭାବେ ନେଇଛନ୍ତି l ଶହେ ଦିନର ସରକାର ଏ ସବୁର ଜବାବ ଦେଉ l ଗୋଟିଏ ଘଟଣା ପାଇଁ କଂଗ୍ରେସ ସରକାର ଚାଲିଯାଇଛି l ଏ ଶହେ ଦିନର ସରକାରରେ ଯାହା ଘଟିଲାଣି l ଆଇନ ଶୃଙ୍ଖଳା ଅସମ୍ଭାଳ ହେଲାଣି l ବିଜେପି ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରି ପାରିବେ ନାହିଁ l ଏ ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରନ୍ତୁ l ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି l ଭରତପୁର ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ l
ଭରତପୁର ଥାନା ପୋଲିସ ବର୍ବରତାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ। ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । ଅଟକାଇବା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି।