ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଆଜି ମୁଁ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛି, ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜନ୍ମ ସହର ୱିଲମିଙ୍ଗଟନରେ କ୍ୱାଡ ସମ୍ମିଳନୀରେ ଯୋଗଦେବି । ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ‘ସମିଟ୍ ଅଫ୍ ଦ ଫ୍ୟୁଚର୍’ କୁ ସମ୍ବୋଧିତ କରିବା ପାଇଁ ମୁଁ ଆମେରିକା ଗସ୍ତରେ ଯାଉଛି। ମୁଁ ମୋର ସହକର୍ମୀ ରାଷ୍ଟ୍ରପତି ଜୋ ବାଇଡେନ, ପ୍ରଧାନମନ୍ତ୍ରୀ ଆଲବାନି ଏବଂ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଭେଟି ଆଲୋଚନା କରିବାକୁ ଅପେକ୍ଷା କରିଛି।
ଏହା ସହ ମୋଦି କହିଛନ୍ତି ଭାରତ -ଆମେରିକା-ପ୍ରଶାନ୍ତ ମହାସାଗର ଅଂଚଳରେ ଶାନ୍ତି, ସମୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ରାଷ୍ଟ୍ରପତି ବାଇଡେନଙ୍କ ସହ ମୋର ସାକ୍ଷାତ ବିଶ୍ୱର କଲ୍ୟାଣ ପାଇଁ । ଭାରତ-ଆମେରିକା ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ମୁଁ ଯାଉଛି ଆମେରିକା । ଏକ ନୂତନ ପଥ ବାହାରିକ ତାର ସମୀକ୍ଷା ହେବ । ଏହା ସହିତ ମୋଦୀ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଏକ ଶିଖର ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ସେପ୍ଟେମ୍ବର 22 ରୁ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀଙ୍କର 21ରୁ 23 ତାରିଖ ପର୍ଯ୍ୟପ୍ତ ସେଠାରେ ରହଣୀ କାର୍ଯ୍ୟକ୍ରମ ରହିଛି । ଭାରତ ଚଳିତ ବର୍ଷ କ୍ବାଡ଼ ଶିଖର ସମ୍ମିଳନୀ ଆୟୋଜନ କରିବାରେ ଥିଲା । କିନ୍ତୁ ଆମେରିକାର ଅନୁରୋଧ କ୍ରମେ ଭାରତ 2025 ରେ ଏହି ସମ୍ମିଳନୀ ଆୟୋଜନ କରିବ । ଶିଖର ସମ୍ମିଳନୀରେ ସାମିଲ ହୋଇଥିବା ସଦସ୍ୟ ଦେଶର ନେତାମାନେ କ୍ବାଡ଼ର ଅଗ୍ରଗତିରେ ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏଥିରେ ଯୋଗ ଦେବେ ।