ହେଜବୁଲ୍ଲା ଆତଙ୍କବାଦୀଙ୍କ ପାଇଁ ମୋସାଦ ଏବେ କାଳ ସାଜିଛି । ଆତଙ୍କବାଦୀମାନେ ଡାଳେ ଡାଳେ ଗଲେ ମୋସାଦ ପତ୍ରେ ପତ୍ରେ ଯାଇ ହତ୍ୟା କରୁଛି । ଆତଙ୍କବାଦୀମାନେ ଯୋଗାଯୋଗ ପାଇଁ ପେଜର ବ୍ୟବହାର କରୁଥିବା ବେଳେ ସେଥିରେ ଚିପ ଲଗାଇ ବିସ୍ଫୋରଣ କରିବାରୁ ହଜାର ହଜାର ଆତଙ୍କବାଦୀ ଆହତ ହେବା ସହ ମୃତ୍ୟୁମୁଖରେ ପଡିଛନ୍ତି । ପରେ ପରେ ଓ୍ବାକିଟକି ବିସ୍ଫୋରଣ ହେବାରୁ ଅନେକ ଆତଙ୍କୀ ନିହତ ହୋଇଛନ୍ତି । ତେବେ ପୁଣି ଏକ ବଡ଼ ଖେଳ ଖେଳିଛି ମୋସାଦ । ଛେଳିଙ୍କ ଦେହରେ ବିସ୍ଫୋରଣ କରାଇ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛି ମୋସାଦ । ଏହି ଖବର ଏବେ ସାରା ବିଶ୍ବରେ ଚର୍ଚା ହେଉଛି ।
ଲେବାନନ୍ରେ ହୋଇଥିବା ପେଜର୍ ବିସ୍ଫୋରଣ ଓ ବୁଧବାର ହୋଇଥିବା ୱାକି ଟକି ବିସ୍ଫୋରଣ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ୍ର ବିସ୍ମୟକାରୀ ଶକ୍ତିକୁ ପ୍ରତିପାଦିତ କରିଥିବା ବେଳେ ଏବେ ଛେଳି ଭିତରେ ବାରୁଦ ରଖି ବିସ୍ଫୋରଣର ଇସ୍ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗିଦେଇଛି। ଆତଙ୍କିତ ହେଜବୁଲ୍ଲା ନିଜର ଅନେକ କମାଣ୍ଡୋଙ୍କୁ ହରାଇଛି । ପ୍ରଥମେ ସେମାନେ ମୋବାଇଲ୍ ଫୋନ୍ ବର୍ଜନ କରି ପେଜର ବ୍ୟବହାର କରୁଥିଲେ । ଏହା ବିସ୍ଫୋରଣ ହେବାର ଦିନକ ପରେ ଓ୍ବାକିଟକି ବ୍ୟବହାର କରୁକରୁ ତାହା ମଧ୍ୟ ବିସ୍ଫୋରଣ ହୋଇଥିଲା । ଏବେ ଖବର ଅନୁସାରେ ଛେଳିଙ୍କୁ ବିସ୍ଫୋରଣ କରି ଅନେକ ଆତଙ୍କବାଦୀ ନିପାତ କରିଛି ଇସ୍ରାଏଲ ।
ଇସ୍ରାଏଲ-ଇରାନ ଭିତର ଛାୟାଯୁଦ୍ଧ ଚାଲିଛି । ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ନିପାତ କରୁଛି ଇସ୍ରାଏଲ ଗୁଇନ୍ଦାବାହିନୀ ମୋସାଦ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏକ ସେଲ୍ କମ୍ପାନି ମାଧ୍ୟମରେ ପେଜର୍ ତିଆରି କରିଥିଲା ମୋସାଦ । ହେଜବୁଲ୍ଲା ଏହାର ସାମାନ୍ୟତମ ଟେର୍ ପାଇନଥିଲା। ଯାହା ଫଳରେ ନିଜର ଆତଙ୍କବାଦୀ ଜଣଙ୍କ ପରେ ଜଣେ ଛଟପଟ ହୋଇ ମଲେ । ପେଜର୍ ଓ ୱାକି-ଟକି ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ପ୍ରାୟ ୪ ହଜାର ଆହତ ଚିକିତ୍ସିତ ହେଉଛନ୍ତି। ୨ ଶହରୁ ଅଧିକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ ରହିଛି। ସେମାନଙ୍କ ପ୍ରାଣ ବି ଯାଇପାରେ । ଏବେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଛେଳିଙ୍କ ଦେହରେ ବିସ୍ଫୋରଣ ଶତାଧିକ ଆତଙ୍କବାଦୀଙ୍କୁ ଗୁରୁତର କରିଛି । ଯଦି ସଠିକ୍ ମୃତ୍ୟୁ ସଂଖ୍ୟା ଜଣାପଡିନାହିଁ ।
କୁହାଯାଉଛି ୫ ହଜାର ପେଜର୍ରେ ବିସ୍ଫୋରକ ଚିପ୍ ଲଗାଇଥିଲା ମୋସାଦ । ତାଇଓ୍ବାନ ଓ କୋରିଆ କଂପାନି ଏହାକୁ ନିର୍ମାଣ କରିଥିଲେ । ପ୍ରାୟ ୫ ହଜାର ପେଜର୍ ଲେବାନନ୍କୁ ଆସିବା ପରେ ଏହାକୁ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ହେଜବୁଲ୍ଲାର ଆତଙ୍କବାଦୀ ସାମର୍ଥ୍ୟ ଓ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଆଇଡିଏଫ୍ ଏବେ ଲେବାନନର ହେଜବୁଲ୍ଲା ଉପରେ ଟାର୍ଗେଟ କରୁଛି । ଇସ୍ରାଏଲ ଯୁଦ୍ଧ ବିମାନ ଓ ହେଜବୁଲା ଡ୍ରୋନ୍ ବ୍ୟବହାର କରି ଆକ୍ରମଣ କରୁଛି । ସୀମାରେ ଦୁଇପକ୍ଷ ମଧ୍ୟରେ ସଂଘର୍ଷ ଜାରି ରହିଛି।