ନକ୍ସଲବାଦ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି କି ୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍ ପୂରାପୂରି ଭାବେ ଲୋପ ପାଇଯିବ। ଏହା ସହିତ ଶାହା ମାଓବାଦୀମାନଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଏବଂ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି।
ନକ୍ସଲ ହିଂସାର ଶିକାର ହୋଇଥିବା 55 ଜଣ ପୀଡ଼ିତାଙ୍କୁ ସମ୍ବୋଧନ କରି ଅମିତ ଶାହା କହିଛନ୍ତି ଯେ ଆମେ ଆମ ଦେଶରୁ ନକ୍ସଲବାଦକୁ ଉଚ୍ଛେଦ କରିବୁ ଏବଂ ଶାନ୍ତି ପ୍ରତିଷ୍ଠା କରିବା । ବାସ୍ତବରେ 4 ଟି ଜିଳ୍ଲାକୁ ଛାଡ଼ିଦେଲେ ନରେନ୍ଦ୍ର ମୋଦୀ ସରକାର ସମଗ୍ର ଦେଶରେ ନକ୍ସଲବାଦକୁ ସମାପ୍ତ କରିବାରେ ସଫଳ ହେଉଛନ୍ତି । 31.03.2026 ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ ହେବା ମୁଁ କଥା ଦେଉଛି ଯେ ନକ୍ସଲବାଦ ତାହା ପୂର୍ବରୁ ଶେଷ ହେବ ।
ଗାନ୍ଧିନଗରର ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ୟା ଏବେ କେବଳ ଛତିଶଗଡ଼ର ଚାରିଟି ଜିଲ୍ଲା ମଧ୍ୟରେ ସୀମିତ ରହିଥିବାରୁ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସୁରକ୍ଷା ବାହିନୀ ବସୁ ସଫଳତା ହାସଲ କରିଛି ।
ଶାହା କହିଛନ୍ତି ଯେ ମାଓବାଦୀମାନେ ଥରେ ପାଶୁପତିନାଥରୁ ବିରୁପତି ପର୍ଯ୍ୟନ୍ତ ଏକ କରିଡ଼ର ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ କିନ୍ତୁ ଏହାକୁ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର କରିବାକୁ ଦେଲେନି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖୁବ ଶୀଘ୍ର ଛତିଶଗଡ଼ରେ ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ ବୋଲି ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରିଛନ୍ତି ବୋଲି ଶାହା କହିଛନ୍ତି ।
ଚାକିରି ସ୍ବାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମର କଲ୍ୟାଣମୂଳକ ପଦେକ୍ଷପ ମାଧ୍ୟମରେ ଆମେ ଯେକୌଣସି ଉପାୟରେ ଆପଣଙ୍କୁ ସାହାର୍ଯ୍ୟ କରିବୁ ବୋଲି ଶାହା କହିଛନ୍ତି ।