Thursday, May 15, 2025
No Result
View All Result
Odisha 365

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଆତଙ୍କବାଦକୁ ଆର୍ଥିକ ଅପରାଧ ମୁକାବିଲା କ୍ଷେତ୍ରରେ ଭାରତର ପ୍ରୟାସକୁ ଏଫଏଟିଏଫର ପ୍ରଶଂସା

Ramesh Parida by Ramesh Parida
Sep 20, 2024, 10:20 am GMT+0530
FacebookTwitterWhatsAppTelegram

ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ସମେତ ବିଭିନ୍ନ ବେଆଇନ ଆର୍ଥିକ ଗତିବିଧି ମୁକାବିଲା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାରେ ଭାରତର ପ୍ରୟାସକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପ୍ରଶଂସା କରିଛି। ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ବିବେକ ଅଗ୍ରଓ୍ଵାଲ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ପାଇଁ ଏଫଏଟିଏଫର ଆପୋସ ମୂଲ୍ୟାଙ୍କନ ରିପୋର୍ଟ – ‘‘ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ’’ରେ ଏହି ସଂଗଠନ ଗୁରୁତ୍ୱାରୋପ କରି କହିଛି ଯେ ଭାରତ ଏଫଏଟିଏଫ୍ ସୁପାରିସଗୁଡ଼ିକୁ ଉଚ୍ଚସ୍ତରୀୟ ବୈଷୟିକ ଅନୁପାଳନ ସହ କାର୍ଯ୍ୟକାରୀ କରିଛି। ବେଆଇନ ଆର୍ଥିକ ଗତିବିଧି ମୁକାବିଲା ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏଫଏଟିଏଫ-ଏପିଜି-ଇଏଜିର ମିଳିତ ଆକଳନ ରୁ ଜଣାପଡିଛି ଯେ ଭାରତ ଏକ ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ (ଏଏମଏଲ/ସିଏଫଟି) ଢାଞ୍ଚା କାର୍ଯ୍ୟକାରୀ କରିଛି ଯାହା ଭଲ ଫଳାଫଳ ହାସଲ କରୁଛି । ଭାରତୀୟ କର୍ତ୍ତୃପକ୍ଷ ଆର୍ଥିକ ଗୁଇନ୍ଦା ସୂଚନାର ସଦୁପଯୋଗ କରିଛନ୍ତି ଏବଂ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବଶାଳୀ ଭାବରେ ସହଯୋଗ କରିଛନ୍ତି ।

ଶ୍ରୀ ବିବେକ ଅଗ୍ରୱାଲ ଆହୁରି ସୂଚନା ଦେଇଛନ୍ତି ଯେ ଏହି ମୂଲ୍ୟାୟନ ପରେ ଭାରତକୁ “ନିୟମିତ ଅନୁସରଣ ବା ରେଗୁଲାର୍‌ ଫଲୋଅପ୍‌” ଶ୍ରେଣୀରେ ରଖାଯାଇଛି ଯାହା ଏଫଏଟିଏଫ ଦ୍ୱାରା ସର୍ବୋଚ୍ଚ ମାନ୍ୟତା ଅଟେ । ଭାରତ ବ୍ୟତୀତ ବ୍ରିଟେନ, ଫ୍ରାନ୍ସ ଏବଂ ଇଟାଲୀ ଅନ୍ୟତମ ଜି-୨୦ ଦେଶ ଯେଉଁମାନଙ୍କୁ ଏହି ବର୍ଗରେ ରଖାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି, ବ୍ୟାଙ୍କ ଆକାଉଣ୍ଟ ଥିବା ଜନସଂଖ୍ୟାର ଅନୁପାତକୁ ଦ୍ୱିଗୁଣିତ କରିବା ସହିତ ଆହୁରି ଆଗକୁ ବଢ଼ି ଡିଜିଟାଲ ପେମେଣ୍ଟ ସିଷ୍ଟମ ଉପରେ ଅଧିକ ନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିଛି। ଏହି ପ୍ରୟାସଗୁଡିକ ଆର୍ଥିକ ସ୍ୱଚ୍ଛତାକୁ ସମର୍ଥନ କରିଛି, ଯାହାକି ପ୍ରତିବଦଳରେ ଏଏମଏଲ / ସିଏଫଟି ପ୍ରୟାସରେ ଯୋଗଦାନ କରିଛି।

ଭାରତୀୟ ବ୍ୟବସ୍ଥାର ଆକାର ଏବଂ ସଂସ୍ଥାଗତ ଜଟିଳତା ସତ୍ତ୍ୱେ, ଭାରତୀୟ କର୍ତ୍ତୃପକ୍ଷ ଆର୍ଥିକ ଗୁଇନ୍ଦା ସୂଚନା ବ୍ୟବହାର ସମେତ ବେଆଇନ ଆର୍ଥିକ ପ୍ରବାହ ସହ ଜଡ଼ିତ ପ୍ରସଙ୍ଗରେ ପ୍ରଭାବଶାଳୀ ଭାବରେ ସହଯୋଗ ଏବଂ ସମନ୍ୱୟ କରିଥା’ନ୍ତି । ଆନ୍ତର୍ଜାତିକ ସହଯୋଗ, ସମ୍ପତ୍ତି ଅସୁଲି ଏବଂ ବେଆଇନ ଅର୍ଥ ଯୋଗାଣ ପାଇଁ ଲକ୍ଷ୍ୟ ଭିତ୍ତିକ ଆର୍ଥିକ କଟକଣା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ଭାରତ ସକାରାତ୍ମକ ପରିଣାମ ହାସଲ କରିଛି।

ଆର୍ଥିକ କ୍ଷେତ୍ର, ବିଶେଷ କରି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦ୍ୱାରାରେ ବିପଦ ଏବଂ ପ୍ରତିଷେଧକ ପଦକ୍ଷେପର ପ୍ରୟୋଗ କରାଯିବା ବେଶ୍‌ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

ଭାରତୀୟ କର୍ତ୍ତୃପକ୍ଷଙ୍କ ପାଖରେ ବେଆଇନ ଅର୍ଥ କାରବାର, ଆତଙ୍କବାଦ ଏବଂ ଅବୈଧ କାରବାର ପାଇଁ ପାଣ୍ଠି ଯୋଗାଣ ବିପଦ ବିଷୟରେ ବ୍ୟାପକ ଧାରଣା ରହିଛି, କିନ୍ତୁ ଏହି ବିପଦ ବିଷୟରେ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ବୁଝାମଣା ବାଣ୍ଟିବା ପାଇଁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ଗୁରୁତର ଆତଙ୍କବାଦ ଏବଂ ଆଇଏସ୍ ଆଇଏଲ୍ କିମ୍ବା ଅଲ୍ କାଏଦା ସହିତ ଜଡ଼ିତ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିପଦର ସମ୍ମୁଖୀନ ହେଉଛି। ଭାରତ ଜଟିଳ ଆର୍ଥିକ ତଦନ୍ତ କରିବାର ଦକ୍ଷତା ପ୍ରଦର୍ଶନ କରିଛି, କିନ୍ତୁ ଦୋଷୀ ସାବ୍ୟସ୍ତ କରିବା, ଦୋଷୀଙ୍କୁ ଦଣ୍ଡବିଧାନ କରିବା ଏବଂ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ କରୁଥିବା ଲୋକଙ୍କ ବିରୋଧରେ କଟକଣା ଲାଗୁ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆତଙ୍କବାଦୀ ପାଣ୍ଠି ଯୋଗାଣ ପାଇଁ ଅଣ-ଲାଭକାରୀ କ୍ଷେତ୍ରର ଅପବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଅଣ-ଲାଭକାରୀ ସଂଗଠନଗୁଡ଼ିକର ପାଣ୍ଠିକୁ ଆତଙ୍କବାଦ କାର୍ଯ୍ୟରେ ବ୍ୟବହାର କରାଯିବା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସମେତ ଏକ ବିପଦ ଆଧାରିତ ଆଭିମୁଖ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍‌ ବୋଲି ଏଥିରେ କୁହାଯାଇଛି ।

ଆର୍ଥିକ ଅନୁଷ୍ଠାନଗୁଡ଼ିକ ରାଜନୈତିକ ଦୃଷ୍ଟିକୋଣରୁ ସାମ୍ନାକୁ ଆସିଥିବା ବ୍ୟକ୍ତି (ପିଇପି)ଙ୍କ ପାଇଁ ଅତିରିକ୍ତ ପଦକ୍ଷେପ ଲାଗୁ କରିବାକୁ ପଦକ୍ଷେପ ନେଉଛନ୍ତି। ତେବେ ବୈଷୟିକ ଅନୁପାଳନ ଦୃଷ୍ଟିକୋଣରୁ ଘରୋଇ ପିଇପି କଭରେଜ୍ ଅଭାବ ସମସ୍ୟାର ସମାଧାନ କରିବା ଏବଂ ରିପୋର୍ଟିଂ ସଂସ୍ଥାଗୁଡ଼ିକ ଏହି ଆବଶ୍ୟକତାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ସୁନିଶ୍ଚିତ କରିବା ଉଚିତ୍‌। ଅଣ-ଆର୍ଥିକ କ୍ଷେତ୍ର ଏବଂ ଭର୍ଚୁଆଲ୍ ସମ୍ପତ୍ତି ସେବା ପ୍ରଦାନକାରୀମାନଙ୍କ ଦ୍ୱାରା ପ୍ରତିଷେଧକ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ଏବଂ ସେହି କ୍ଷେତ୍ରଗୁଡ଼ିକର ତଦାରଖ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ମୂଲ୍ୟବାନ ଧାତୁ ଏବଂ ପଥର କ୍ଷେତ୍ରର ଭୌତିକତାକୁ ଦୃଷ୍ଟିରେ ରଖି ଭାରତକୁ ପ୍ରାଥମିକତା ସହିତ ଡିଲରମାନଙ୍କ ଦ୍ୱାରା ନଗଦ ପ୍ରତିବନ୍ଧକ କାର୍ଯ୍ୟକାରୀ କରିବାରେ ଉନ୍ନତି ଆଣିବା ଆବଶ୍ୟକ ।

ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.