ଭାରତୀୟ କ୍ରିକେଟ୍ ଦଳ ପାଇଁ ଆଉ ଏକ ଟପ୍ ଅର୍ଡର ପତନ ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ରେକର୍ଡ ଶତକ କରିଛନ୍ତି ନିଜର ଶହେ ତମ ମ୍ୟାଚରେ । ଅଶ୍ୱିନ୍ ତାଙ୍କ କ୍ୟାରିୟରର ପଂଚମ ଶତକ ସ୍କୋର କରିଥିବା ବେଳେ ମାତ୍ର 58 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ଇନିଂସ ସମୟରେ ଅଶ୍ୱିନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଇତିହାସରେ 1,000 ରନ୍ ପୂରଣ କରି ଏକ ବଡ଼ ସଫଳତା ହାସଲ କରିଥିଲେ। ଏହି ସଫଳତା ହାସଲ କରିବା ପାଇଁ ଷ୍ଟାର ଇଣ୍ଡିଆ କ୍ରିକେଟର 55 ତମ ଖେଳାଳି ହୋଇଥିବାବେଳେ ରବିନ୍ଦ୍ର ଜାଡେଜାଙ୍କ ପରେ ସେ ଏହି ବିରଳ ସଫଳତା ହାସଲ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ୍ ବିରଳ ତାଲିକାରେ ରବିନ୍ଦ୍ର ଜାଡେଜା ଯୋଗ ଦେଇଛନ୍ତି । ଡବ୍ଲୁଟିସି ଇତିହାସରେ 1000 ରନ୍ ପୂରଣ କରିବାରେ ଅଶ୍ୱିନ କେବଳ ଦ୍ୱିତୀୟ କ୍ରିକେଟର ହୋଇଛନ୍ତି ଏବଂ ତାଙ୍କ ନାମରେ 100 ରୁ ଅଧିକ ୱିକେଟ୍ ମଧ୍ୟ ରହିଛି। ଏହା ପୂର୍ବରୁ ଜାଡେଜା ଇଂଲଣ୍ଡ ବିପକ୍ଷ ଭାରତ ସିରିଜ୍ ସମୟରେ ଏହି ସଫଳତା ହାସଲ କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଥିଲେ।
ଆଜି ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅନେକ ରେକର୍ଡ କଲେ ଅଶ୍ବିନୀ । ଟିମ୍ ଇଣ୍ଡିଆର ଷ୍ଚାର ବୋଲର ଆଜି ଷ୍ଟାର ବ୍ୟାଟର ବନିଛନ୍ତି । ଆଜି ଟେଷ୍ଟରେ ଯଶସ୍ବୀ ଜୟସ୍ୱାଲ, ବିରାଟ କୋହଲି, ରୋହିତ ଶର୍ମା, ଗିଲ, ପନ୍ତଙ୍କୁ ପଛରେ ପକାଇ କଲେ ଶତକ । ଚେନ୍ନାଇରେ ରେକର୍ଡ କଲେ । ବାଂଲାଦେଶ ବିପକ୍ଷ ଟେଷ୍ଟରେ ଗର୍ଜିଛି ଅଶ୍ବିନୀଙ୍କ ବ୍ୟାଟ୍, ଜାଡେଜାଙ୍କ ସହ ରେକର୍ଡ ପାର୍ଟନର ରନ କରିଛନ୍ତି ଷଷ୍ଠ ଉଇକେଟରେ । ହଜିଛି ପ୍ରତିପକ୍ଷ ଟିମର ନିଦ। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା,କେବଳ ଅଶ୍ବିନୀ, ଜାଡେଜାଙ୍କୁ ଛାଡିଲେ ଜୟସ୍ୱାଲ ଅର୍ଧଶତକ ପାଳି ଖେଳିଥିଲେ । ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ୬,ଗିଲ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଥିଲେ,ପନ୍ତ ୩୯ଏବଂ ଜୟସ୍ୱାଲ ୫୬ ରନ୍ କରି ବାଂଲାଦେଶ ବୋଲଂରଙ୍କ ସହ ଲଢେଇ କରିଥିଲେ,
ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ।