କମିଶନରେଟ ପୁଲିସ ଅଧୀନ ଭରତପୁର ଥାନାରେ ସେନାବାହିନୀର ମେଜର ବଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ଜାତୀୟ ମହିଳା କମିସନ ଡ଼ିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ କରିଛନ୍ତି । ମାମଲାକୁ ନିଜ ତରଫରୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି । କଣ କାର୍ଯ୍ୟାନୁଷ୍ଠାନ ହେବା ଆଶା କରିଛନ୍ତି ।
ଗତକାଲି ପୁଲିସ ଡ଼ିଜି ଓ୍ବାଇବି ଖୁରାନିଆ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ଭରତପୁର ଥାନାରେ 5 ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ ହୋଇଛନ୍ତି । ନିଲମ୍ବିତ କର୍ମଚାରୀମାନେ ହେଲେ ଭାରତପୁର ଥାନାରେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା ।
ସୂଚନାଯୋଗ୍ୟ ଅଙ୍କିତା ପ୍ରଧାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅଙ୍କିତାଙ୍କୁ ଜାମିନ ଆବେଦନ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଡ଼ାକ୍ତରୀ ପରୀକ୍ଷା ରିପୋର୍ଟରୁ ଅଙ୍କିତାଙ୍କୁ ମାରପିଟ କରାଯାଇଥିବା ଜଣାପଡ଼ିଛି । ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବରେ ସହିତ ଗ୍ରହଣ କରି ଅଙ୍କିତାଙ୍କୁ ତୁରନ୍ତ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି ।