ଭାରତ ଏବଂ ବଂଲାଦେଶ ମଧ୍ୟରେ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି । ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ବଂଲାଦେଶ ଟିମ ଆରମ୍ଭରୁ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମ୍ନା କରିଛି । ମଧ୍ୟାହ୍ନ ସୁଦ୍ଧା ଭାରତ 4 ଉଇକେଟ ବିନିମୟରେ 101 ରନ ସଂଗ୍ରହ କରିଛି ।
ଯଶଶ୍ବୀ ଜୟସଓ୍ବାଲ ଏବଂ ରୋହିତ ଶର୍ମା ମ୍ୟାଚ ଓପନ କରିଥିବାବେଳେ ମାତ୍ର 14 ରନରେ ଭାରତ ପ୍ରଥମ ଉଇକେଟ ହରାଇଥିଲା । 6 ରନ ସଂଗ୍ରହ କରି ରୋହିତ ଆଉଟ ହୋଇଯାଇଥିଲା । ଏହାପରେ ପରେ ଗିଲ ବିନା କୌଣସି ରନ କରି ଆଉଟ ହୋଇଯାଇଥିଲା । ପରେ ବିରାଟ କୋହଲି ବି ଅଧିକ ସମୟ ତିଷ୍ଠି ପରି ନଥିଲା । ସେ ବି ମାତ୍ର 6 ରନରେ ପ୍ୟାଭିଲିଅନ ଫେରିଥିଲେ । 34 ରନରେ ଦଳ 3 ଟି ଉଇକେଟ ହରାଇଥିବାବେଳେ ଜୟସସ୍ବାଲ ଏବଂ ରୁଷଭ ପନ୍ତ ସ୍ଥିତି ସମ୍ଭାଳିଥିଲେ । ମାତ୍ର ମଧ୍ୟାହ୍ନଭୋଜନ ବିରତି ପରେ ପନ୍ତ 39 ରନରେ ଆଉଟ ହୋଇଯାଇଥିଲା । ବାଂଲାଦେଶ ବୋଲର ହସନ ମହମ୍ମୁଦ ଘାତକ ବୋଲିଂ କରି ସମସ୍ତ 4 ଟି ଯାକ ଉଇକେଟ ନେଇଥିଲେ ।