ରାଜ୍ୟର ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ହେବା । ଖୁବ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବା ସହିତ କାମ ଆରମ୍ଭ ହେବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଗୁରୁବାର 100 ଦିନ ପୁରଣ ହେଉଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପରି ଘୋଷଣା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଏବେ ରାଜ୍ୟରେ 11 ଟି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଅଛି । ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡ଼ିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି । ତାହା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବା । ଏହା ସହିତ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ମେଡ଼ିକାଲ କଲେଜ ନିର୍ମାଣ ହେବ ।
ସ୍ବାସ୍ଥ୍ୟ ବିଭାଗ ଏ ସମ୍ପର୍କୀତ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛି ।ମେଡ଼ିକାଲ କଲେଜ ନିର୍ମାଣ ସହ ଆଧ୍ୟପାକ ନିଯୁକ୍ତି ଉପରେ ବି ଗୁରୁତ୍ବରୋପ କରାଯାଉଛି । ଆମ ରାଜ୍ୟବାସୀ ଯେପରି ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇପାରିବେ ସେଥିପ୍ରତି ସରକାର ଯତ୍ନବାନ ଓ ସଚେତନ ଅଛନ୍ତି । ଏନେଇ କାମ ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏଥିସହ ସେ କହିଛନ୍ତି 2014ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ହେବ ବୋଲି କହିଥିଲେ । ଏହା ପରଠୁ ଓଡ଼ିଶାରେ 11 ଟି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି । କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଏହି କାମ ଜାରି ରହିଛି । ଆଗକୁ ଏହାକୁ ତ୍ବରାନ୍ବିତ କରାଯାଇ ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯି ବୋଲି ସେ କହିଛନ୍ତି ।