ଚଳିତ ମାସ 22ରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଉତ୍ତର ପଶ୍ଜିମ ବଙ୍ଗୋପସାଗର ତଥା ଉପକୂକବର୍ତୀ ପଶ୍ଚିମବଙ୍ଗ ପୁଣିଥରେ ଳଘୁଚାପ ସୃଷ୍ଟିରେ ସମ୍ଭାବନା ରହିଛି । –
ଏହାର ପ୍ରଭାବରେ 24 ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି । ପୁଣି ଲଗାଣ ବର୍ଷା ହେବା ଦ୍ବାରା ବାଲେଶ୍ବର ଓ ମୟୁଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ରହିଛି ବୋଲି ସତର୍କ ସୂଚନା ଜାରି କରାଯାଇଛି ।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ପଶ୍ଚିମବଙ୍ଗରେ ଅନୁଭୁତ ହେବାକୁ ଥିବା ଏହି ଲଘୁଚାପର ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ଦୁଇ ଦିଦ ଧରି ପ୍ରବଳ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ରହିଛି ।
ସ୍ବତନ୍ତ୍ର ରିଲିଫ କମିଶନ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର 101 ଟି ଗାଁର 2035 ଜଣ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଫସି ରହିଥିବା 1603 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । 334 ଟି ଘର କ୍ଷତିଗ୍ରସ୍ତ ହୋଇଛି ।
ବାଲେଶ୍ବର ଓ ମୟୁଭରଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଉ 24 ଘଣ୍ଟା ସତର୍କ ରହିବାକୁ ନିଦ୍ଦେଶ ଦିଆଯାଇଛି । ସେହିଭଳି କେନ୍ଦୁଝର ଜିଲ୍ଲାର 5 ଟି ବ୍ଲକର 1160 ଜଣ ଓ ସୁନ୍ଦରଗଡ଼ ଜିଲ୍ଲାର 153 ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।
ଅପରପକ୍ଷରେ ବାଲେଶ୍ବରର ସୁବଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କିନ୍ତୁ ଜଳସ୍ତର କ୍ରମଶଃ କମୁଛି । ବନ୍ୟାରେ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକର ତକିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାର 6 ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି ।
141 ଟି ଗାଁର 35 ହଜାର 654 ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ବନ୍ୟା ଅଞ୍ଚଳରେ 11 ହଜାର 632 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି ।