ଆସନ୍ତା 21 ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ଆତିଶୀ ମର୍ଲେନା । ଦିଲ୍ଲୀ ଉପଜିଲ୍ଲାପାଳ ବିନୟ ସାକ୍ସେନା ରାଷ୍ଟ୍ରପତି ଏବଂ ଗୃହ ମନ୍ତ୍ରଣାଳୟ ଏକ ଚିଠି ପଠାଇଛନ୍ତି ଏବଂ 21 ସେପ୍ଟେମ୍ବର 2024ରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ତାରିଖ ଭାବରେ ପ୍ରସ୍ତାବ ଦେଇଛନ୍ତି । ତେବେ ଶପଥ ଗ୍ରହଣ କରିବାରେ କୌଣସି ତାରିଖ ଆତିଶୀଙ୍କ ଦ୍ବାରା ପ୍ରସ୍ତାବ ଦିଆଯାଇନାହିଁ । 1998 ରୁ 2013 ପର୍ଯ୍ୟନ୍ତ 15 ବର୍ଷ ଧରି ଏହି ପଦବୀରେ ରହି ଶିଲା ଦୀକ୍ଷୀତ ଦିଲ୍ଲୀର ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ଼ କରିଥିଲେ । ତେବେ ସବୁଠାରୁ କମ ସମୟ ପର୍ଯ୍ୟନ୍ତ 1998ରେ ସ୍ବରାଜଙ୍କ କାର୍ଯ୍ୟକାଳ 52 ଦିନ ଥିଲା । ପଶ୍ଚିମବଙ୍ଗର ମମତା ବାନାର୍ଜୀ ପରେ ଆତିଶୀ ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ।