ପୋଲିସ ଡ଼ିଜି ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢିଛି । ରାଜ୍ୟ ସରକାର 2026 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢାଇଛନ୍ତି । ତେବେ ଏହି କାର୍ଯ୍ୟକାଳକୁ ସରକାର 16 ଅଗଷ୍ଟ 2026 ପର୍ଯ୍ୟନ୍ତ ବଢାଇଛନ୍ତି । ଖୁରାନିଆ ଅଗଷ୍ଟ 16 ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ତୂତନ ପୋଲିସ ଡ଼ିଜି ଭାବେ ବିଧିବିଦ୍ଧି ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ କର୍ଯ୍ୟକାଳକୁ ସରକାର ସର୍ବନିମ୍ନ 2 ବର୍ଷ ବଢାଇଛନ୍ତି ।
ସୂଚନାଯୋଗ୍ୟ 1990 ବ୍ୟାଚର ଆଇପିଏସ ଅଧିକାରୀ ଖୁରାନିଆ ହରିୟାଣା ରାଜ୍ୟରେ ମୂଳବାସିନ୍ଦା । ତାଙ୍କ ଚିକିରି କାଳ ମଧ୍ୟରେ ସେ ସୋନପୁର , ନୟାଗଡ଼, ଯାଜପୁର, ଗଞ୍ଜାମ , ମୟୁରଭଞ୍ଜ ରାଉରକେଲା ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ ଡ଼ିଆଇଜି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ ରେ କାର୍ଯ୍ୟ କରିଛନ୍ତି । ସେ କଟକ ଭୁବନେଶ୍ବର କମିଶନରେଟ ଅତିରିକ୍ତ ପୋଲିସ କମିଶନର ଓ ପୋଲିସ କମିଶନର ଏବଂ ଡ଼ିଆଇଜି ଭାବେ ଉତ୍ତରାଞ୍ଚଳ ରେ କାର୍ଯ୍ୟ କରିଛନ୍ତି । ସେହିପରି ଆଇଜିପି (ଉତ୍ତରାଞ୍ଚଳ, ସମ୍ବଲପୁର), ଆଇଜିପି (ଏସ୍ଏପି), ଆଇଜିପି (ଅପରେଶନ), ବିପିଏସ୍ପିଏରେ ଆଇଜିପି (ଟ୍ରେନିଂ), ଆଇଜିପି (କ୍ରାଇମବ୍ରାଞ୍ଚ), ଆଇଜିପି (ଭିଜିଲାନ୍ସ) ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ), କଟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ପ୍ରୋଭିଜନିଂ) ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ପରେ ସେ କେନ୍ଦ୍ରକୁ ଡେପୁଟେଶନରେ ଯାଇ ବିଏସ୍ଏଫ୍ର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ୨୦୨୩ ଜୁନ୍ରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇ ନୂଆଦିଲ୍ଲୀସ୍ଥିତ ବିଏସ୍ଫ ମୁଖ୍ୟାଳୟଠାରେ ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।