ଭରତପୁର ଥାନାରେ ମାଡ଼ ଓ ଅନ୍ୟାୟ କାହାଣୀର ସତ୍ୟତା ଯେତିକି ଆଗକୁ ଆସୁଛି ଅସଲ ଚେହେରା ସାମ୍ନାକୁ ଆସୁଛି । ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯ୍ୟାତନା ମାମଲାରେ 5 ପୋଲିସ ଅଧିକାରୀ ନିଲମ୍ବିତ କରାଯାଇଛି । ଭରତପୁର ଥାନାରେ ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର , ଏସଆଇ ବୈଶାଳିନୀ ପଣ୍ଡା , ଏଏସଆଇ ସରିଳମୟୀ ସାହୁ ଓ ସାଗରିକା ରଥ କନଷ୍ଟ୍ରବଳ ବଳରାମ ହିଁସଦାଙ୍କୁ ନିଲମ୍ବିତ ହୋଇଛନ୍ତି ।
ସୁଚନାଯୋଗ୍ୟ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯ୍ୟାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଏହି ଘଟଣାରେ ବର୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଏଳଭି ସ୍ଥିତିରେ ତଦନ୍ତର ସ୍ବଚ୍ଛତାକୁ ଦୃଷ୍ଟରେ ରଖି ମଙ୍ଗଳବାର ରାତିରେ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ବରର ଡ଼ିସିପି ଅଫିସକୁ ବଦଳି କରିଥିଲା ।ତାଙ୍କ ସ୍ଥାନରେ କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଇନସ୍ପକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଭରତପୁର ଥାନରେ ଥିବା ଏସଏସଆଇ ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି । ସରିଳମୟୀଙ୍କୁ ଭୁବନେଶ୍ବରର ଡ଼ିସିପି ଅଫିସ ଓ ବଳରାମଙ୍କୁ ଭୁବନେଶ୍ବରର ରିଜର୍ଭ ଅଫିସକକୁ ବଦଳି କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।