ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକ୍ରମରେ ପ୍ରଥମ 100 ଦିନ ପୂରଣ କରିଛନ୍ତି । ପ୍ରଥମ 100 ଦିନରେ ଭାରତୀୟ ପୁଞ୍ଜି ବଜାର ଭଲ ପ୍ରଦର୍ଶନ କରିଛି । ଏହି ସମୟ ମଧ୍ୟରେ ସେନସେକ୍ସ 6300 ପଏଣ୍ଟ ବା 8.2 ପ୍ରତିଶତ ଉପରକୁ ଉଠିଛି । ତୃତୀୟ ପାଳିରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସନ ନକରିବା ଏବଂ ଦୀର୍ଘ ମିଆଦୀ ପୁଞ୍ଜି ଲାଭ ଟିକସରେ ବୃଦ୍ଧି ସେନସେକ୍ସରେ ଏହି ଉତ୍ ଥାନ ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସ୍ମଲକ୍ୟାପ ଇଣ୍ଡେକ୍ସରେ 22 ପ୍ରତିଶତ ଲେଖାଏଁ ରିଟ ର୍ଣ୍ଣ ମିଳିଛି ।
ଏହା ପଛକୁ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ଶିଳ୍ପର ପ୍ରଦର୍ଶନୀ 17 ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଧାତବ ଶିଳ୍ପ ସୂଚକାଙ୍କରେ 3 ପ୍ରତିଶତକୁ ଅଧିକ ହ୍ରାସ ଏହି ସମୟରେ ହୋଇଛି । ସେହିଭଳି ରିଅଲ ଇଷ୍ଟେଟ ଶିଳ୍ପରେ 1 ପ୍ରତିଶତ ହ୍ରାସ ଦେଖାଯାଇଛି । ସ୍ମଲକ୍ୟାପ ଷ୍ଟକ ଗୁଡ଼ିକ ମଧ୍ୟରେ ରିଫେକ୍ସ ଇଣ୍ଡଷ୍ଟ୍ରିଜ ମୋଦୀ ସରକାରଙ୍କ ପ୍ରଥମ 100 ଦିନର ଅବଧିରେ 221 ପ୍ରତିଶତ , ବାଉ ଫର୍ଜ ଇଣ୍ଡଷ୍ଟ୍ରିଜ 167 ପ୍ରତିଶତ ଗ୍ରାଭିଟା ଇଣ୍ଡିଆ 131 ପ୍ରତିଶତ ପିଜି ଇଲେକ୍ଟ୍ରୋ ପ୍ଳାଷ୍ଟ 118 ପ୍ରତିଶତ , ଗଡ଼ଫ୍ରେ ଫିଲିସ୍ପ ଇଣ୍ଡିଆ 114 ପ୍ରତିଶତ ଏବଂ ନିୟୁଲାଣ୍ଡ ଲାବୋରେଟୋରିଜ 103 ପ୍ରତିଶତ ବୃଦ୍ଧି ଘଟିଛି ।