ନିଜର ସୁରକ୍ଷା ପାଇଁ ଆତଙ୍କବାଦୀମାନେ ବ୍ୟବହାର କରୁଥିଲେ 50 ବର୍ଷ ତଳର ଯୋଗାଯୋଗ ସିଷ୍ଟମ ପେଜର । କିନ୍ତୁ ଏହାକୁ ବିସ୍ଖୋରଣ କରିବାରେ ସକ୍ଷମ ହୋଇଛଇ ଇସରାଏଲର ମୋସାଦ । ତେବେ ଏହା ସ୍ପଷ୍ଟ ହୋଇପାରିନାହିଁ । ମଧ୍ୟପ୍ରାଚ୍ୟ ଦେଶ ଲେବାନନ୍ ଭିତରେ କିପରି ବିସ୍ଫୋରଣ ହେଲା । କିଏ ସେ କଲା ? କାହିଁକି ବିସ୍ପୋରଣ ହେଲା ? କାହା ମୁଣ୍ଡକୁ ବୁଦ୍ଧି ଜୁଟୁନି । ଆତଙ୍କବାଦୀ ବ୍ୟବହାର କରୁଥିବା ପେଜର ଗୁଡ଼ିକ ହଠାତ୍ ପ୍ରାୟ 3000 ବିସ୍ଫୋରଣ ଘଟିଥିଲା | ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ ସହ ଜଡିତ ଲୋକଙ୍କ ପାଖରେ ଥିବା ଏକ ପେଜରରେ ଏହି ବିସ୍ଫୋରଣ ଘଟିଛି। ହଜାର ହଜାର ପେଜର୍ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ କରି 3000 ଲୋକ ଆହତ ହୋଇଥିଲେ। 11 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଇରାନର ରାଷ୍ଟ୍ରଦୂତ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ କିଏ ଏପରି କଲା ତାହା ଜଣାପଡିନଥିଲେ ମଧ୍ୟ ଇସରାଏଲ କରିଥିବା କୁହାଯାଉଛି ।
ଲେବାନନ୍ ଭିତରେ ଏକକାଳୀନ ହଜାର ହଜାର ବିସ୍ଫୋରଣ ଘଟିଛି | ବାର୍ତ୍ତା ପଠାଇବା ଏବଂ ଗ୍ରହଣ କରିବା ପାଇଁ ବ୍ୟବହୃତ ଏକ ଇଲେକ୍ଟ୍ରୋନିକ୍ ଉପକରଣ ପେଜରରେ ଏଭଳି ବିସ୍ଫୋରଣ ଘଟି ଶତାଧିକ ଆତଙ୍କବାଦୀ ଗୁରୁତର ଆହତ ହୋଇଥିବା ବେଳେ 10 ଜଣ ମରିଛନ୍ତି । | ଲେବାନନ୍ ଏବଂ ପଡୋଶୀ ସିରିଆ ଭିତରେ ଏକକାଳୀନ ହଜାର ହଜାର ପେଜର୍ ବିସ୍ଫୋରଣ ହୋଇଛି | ଏହି କାରଣରୁ ପ୍ରାୟ 3000 ଲୋକ ଆହତ ହୋଇଛନ୍ତି, 10 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଇସଲାମୀୟ ଆତଙ୍କବାଦୀ ସଂଗଠନ ହିଜବୁଲ ସହ ଜଡିତ ଥିଲେ। ହିଜବୁଲ ଇସ୍ରାଏଲକୁ ପେଜର୍ ବିସ୍ଫୋରଣ ଘଟାଇଥିବା ଅଭିଯୋଗ କରିଛି।
ଏହି ଆକ୍ରମଣର ସନ୍ଦେହର ସୂତ୍ର ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଆଡକୁ ଯାଇଛି। ଏହି ଆକ୍ରମଣ ପାଇଁ ପ୍ରତିଶୋଧ ନେବାକୁ ହିଜବୁଲ କହିଛି। କିନ୍ତୁ ଏହି ସମୟରେ ପ୍ରଶ୍ନ ଉଠିଛି ଯେ ସ୍ମାର୍ଟଫୋନ୍, ସାଟେଲାଇଟ୍ ଫୋନ୍ ଏବଂ କମ୍ପ୍ୟୁଟର, ଏଇ ଭଳି ନୂତନ ଟେକ୍ନୋଲୋଜି ଥାଇ ମଧ୍ୟ ହିଜବୁଲ ପ୍ରାୟ 50 ବର୍ଷ ପୁରୁଣା ପେଜର ଉପରେ ନିର୍ଭର କରୁଛି । ସୁରକ୍ଷା ପାଇଁ ଆତଙ୍କବାଦୀମାନେ ଏହାକୁ ବ୍ୟବହାର କରୁଛନ୍ତି । କିନ୍ତୁ ଟେକ୍ନୋଲୋଜି ଜାଣିଶୁଣି ବ୍ୟବହାର କରୁନାହାଁନ୍ତି ।
ଏହି ସମୟରେ ପ୍ରଶ୍ନ ମଧ୍ୟ ଉଠିଛି ଯେ ମୋସାଦ ଇସ୍ରାଏଲଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ଲେବାନନରେ ବିସ୍ଫୋରଣ କିପରି କରିପାରୁଛି । ଏହି ଆକ୍ରମଣ କିପରି ଘଟିଲା ଜାଣିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । କିନ୍ତୁ ତାହା ସୂଚନା ମିଳିପାରୁନାହିଁ ।