ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆସିଛି। ୧୦୦ ଦିନ ଭିତରେ ଆମ ସରକାର ଅନେକ ପ୍ରତିଶ୍ରୁତି ପୂରଣ କରିଛି । ଆସନ୍ତାକାଲି ସରକାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୧୦୦ ଦିନିଆ ରିପୋର୍ଟ କାର୍ଡ ପ୍ରଦାନ କରିବେ। ପୁରୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥିସହିତ ରିପୋର୍ଟ କାର୍ଡ ଉନ୍ମୋଚନ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ ଆହୁରି କହିଛନ୍ତି ଯେ୨୪ ବର୍ଷ ପରେ ବିଜେପି ସରକାର ରାଜ୍ୟରେ ଆସିଛି । ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ୧୦୦ ଦିନ ପୂରଣ କରିବାକୁ ଯାଉଛି। ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇ ଉଠିଛି। ପୁରୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୧୦୦ ଦିନିଆ ରିପୋର୍ଟ କାର୍ଡ ପ୍ରଦାନ କରିବେ।
ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ ଚିଟ୍ଫଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ଫଣ୍ଡ ଜମାକାରୀ ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ପ୍ରିକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଚନ୍ତି। ବର୍ତ୍ତମାନ ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି। ଖୁବଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି। ସେହିପରି, ୪ ଦିନ ଧରି ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟା ଯାଇଥିବା ସୂଚନା ରହିଛି।