ଜମ୍ମୁ କଶ୍ମୀରରେ କିଏ ଗଢ଼ିବ ସରକାର ? ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ତେବେ କାହାର ପଲା ଭାରି ରହିବ ତାକୁ ନେଇ ଚର୍ଚା ହେଉଛି । ଦଶ ବର୍ଷ ପରେ ନିର୍ବାଚନ ହେଉଛି । ବିଜେପି, ପିଡିପି , ଏନସି ର ପ୍ରାର୍ଥୀମାନେ ନିଜ ନିଜର ଭାଗ୍ୟ ପରୀକ୍ଷା କରିବେ ।
ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ କାଶ୍ମୀର ନେତାଙ୍କ ଉପରେ ସମସ୍ତଙ୍କର ଆଖି ରହିଛି । କେବଳ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ଯେଉଁମାନେ ଅଧିକ ପ୍ରଭାବ ପକାଇବେ । ଭୋଟ୍ ଗ୍ରହଣ ହେବାକୁ ଥିବା ୨୪ଟି ଆସନ ମଧ୍ୟରୁ ୮ଟି ଆସନ ଜମ୍ମୁ ଅଞ୍ଚଳର ୩ଟି ଜିଲ୍ଲାରେ । ଏଠାରେ ହିନ୍ଦୁ ଭୋଟ ଅଧିକା ଥିବାରୁ ବିଜେପି ପାଇଁ ଭଲ ହେବ । ବିଜେପି ଜମ୍ମୁ ଅଂଚଳରେ ଅଗ୍ରାଧିକାର କରିବ । ୧୬ଟି ଆସନ କଶ୍ମୀରର ୪ଟି ଜିଲ୍ଲାରେ ଅବସ୍ଥିତ ଥିବାରୁ ଏଠାରେ ଲୋକଙ୍କ ଆଶୀର୍ବାଦ କିଏ ପାଉଛି ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୩,୨୭,୫୮୦ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୧୧,୭୬,୪୬୨ ପୁରୁଷ ଥିବାବେଳେ ୧୧,୫୧,୦୫୮ ଜଣ ମହିଳା ଭୋଟର ଏବଂ ୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଭୋଟରମାନେ ବିଜେପି ଉପରେ ମୋଦିଙ୍କ ଉପରେ ଆଶୀର୍ବାଦ କରିବେ ବୋଲି ଦଳ କହିଥିବା ବେଳେ ଓମାର ଅବଦୁଲ୍ଲା କହିଛନ୍ତି ତାଙ୍କ ଦଳ ଅଧିକ ଆସନ ପାଇବ । ଫାରୁକ ଅବଦୁଲ୍ଲା କହିଛନ୍ତି ତାଙ୍କ ଦଳ ସରକାର ଗଠନ କରିବ ।
ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନ କମିସନ୍ ଭୋଟ୍ ଗ୍ରହଣ ପାଇଁ ୩୨୭୬ ବୁଥ୍ ବ୍ୟବସ୍ଥା କରିଛନ୍ତି। ମୋଟ୍ ୧୪ ହଜାର ନିର୍ବାଚନ କର୍ମଚାରୀ ଏହି ଭୋଟିଂ ବୁଥ୍ ଦାୟିତ୍ବରେ ଅଛନ୍ତି। ସିପିଏମ୍ର ମହମ୍ମଦ ୟୁସୁଫ ତରିଗାମୀ, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମଦ ମୀର, ଏନ୍ସିର ସକିନା ଇତୁ ଏବଂ ପିଡିପିର ସରତାଜ ମଦାନୀ ଏବଂ ଅବଦୁଲ ରେହମାନ ବୀରୀ ହେଉଛନ୍ତି ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ। ତେଣୁ କାହାକୁ ଭୋଟର ପସନ୍ଦ କରୁଛନ୍ତି ତାହା ଫଳଫଳ ଆସିବା ପରେ ଜଣାପଡିବ ।