ବର୍ଷା ଋତୁ ଚାଲିଥିବା ବେଳେ ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଟେଷ୍ଟ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପାକିସ୍ତାନକୁ ହରାଇ ଏବେ ଫୁଲ ଦମରେ ରହିଛି ବାଂଲାଦେଶ ଟିମ୍ । ଭାରତକୁ କେବେ ପରାସ୍ତ କରିନାହିଁ । କିନ୍ତୁ ବାଂଲାଦେଶକୁ ହାଲୁକା ଭାବରେ ନେଇହେବ ନାହିଁ । ଜିତିବା ପାଇଁ ପଡ଼ିଆରେ ଦୁଇ ଦଳ ଝାଳବୁହା ପରିଶ୍ରମ କରିବାରେ ଲାଗିଛନ୍ତି। ତେବେ ପ୍ରଥମ ଟେଷ୍ଟ ପୂର୍ବରୁ ମଙ୍ଗଳବାର ଚେନ୍ନାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ଜିତିବେ ବୋଲି କହିଛନ୍ତି । ଭାରତ କୈାଣସି ମ୍ୟାଚକୁ ହାଲୁକା ଭାବେ ନିଏନାହିଁ । ଦୀର୍ଘ ୪୫ ଦିନର ବ୍ୟବଧାନ ପରେ ଟିମ ଇଣ୍ଡିଆ ସିରିଜ ବିଜୟୀ ହେବ ବୋଲି କହିଛନ୍ତି ରୋହିତ । କିଛି ଦିନର ବ୍ରେକ ପରେ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇବ ଟିମ ଭାରତ । କିନ୍ତୁ ବାଂଲାଦେଶ ନିକଟରେ ପାକିସ୍ତାନ ବିପକ୍ଷରେ ଐତିହାସି ୨-୦ ଟେଷ୍ଟ ବିଜୟ ହାସଲ କରିଥିଲା। ସେଥିପାଇଁ ଦଳ ଚାହିଁବ ଭାରତକୁ ହରାଇବା ପାଇଁ । ଭାରତରେ ବାଂଲାଦେଶ ଭିନ୍ନ ତଥା ଅତ୍ୟନ୍ତ କଷ୍ଟକର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। କାରଣ ପାକିସ୍ତାନ ତୁଳନାରେ ଭାରତୀୟ ଟିମ ବେଶ ଶକ୍ତିଶାଳୀ। ଦଳ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ତଥାପି ରୋହିତ ବାଂଲାଦେଶ ପକ୍ଷରୁ ମିଳିବାକୁ ଥିବା ଚ୍ୟାଲେଞ୍ଜ ପ୍ରତି ମଧ୍ୟ ସତର୍କ ରହିଛନ୍ତି। ଏସବୁ ଭିତରେ ବାଂଲାଦେଶର ଫର୍ମ ସମ୍ପର୍କରେ ରୋହିତଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ବେଶ ମଜାଳିଆ ଉତ୍ତର ଦେଇଛନ୍ତି।