ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ । ଆମ୍ ଆଦମୀ ପାର୍ଟିର ବିଧାନସଭା ପାର୍ଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ପଦକ୍ଷେପ ନିଆଯାଇଛି। କେଜ୍ରିୱାଲ କହିଥିଲେ ଯେ ଲୋକମାନେ ତାଙ୍କୁ ଚୟନ ନ କରିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ। ତା ମାନେ ହେଉଛି ଆଗାମୀ ନିର୍ବାଚନ ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଏବେ ମାମଲା ଚାଲିଥିବାରୁ ସେ ଏପରି କରିଛନ୍ତି ।
ଆସନ୍ତା ବର୍ଷ ଫେବୃଆରୀରେ ଅନୁଷ୍ଠିତ ହେବା ବିଧାନସଭା ନିର୍ବାଚନ । ଯାହା ଚର୍ଚା ହେଉଛି ସେ ପର୍ଯ୍ୟନ୍ତ ଆତିଶି କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ରହିବେ। ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୩ ଫେବୃଆରୀରେ ଶେଷ ହେବ । ତେଣୁ ସୁପ୍ରିମକୋର୍ଟଙ୍କ ଛାଟ ପରେ କେଜ୍ରିୱାଲ ଏପରି ନିଷ୍ପତ୍ତି ନେଇଛନ୍ତି । ୨୦୨୦ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ଅତିଶୀ । ଗତ ବର୍ଷ ମନୀଷ ସିସୋଡିଆ ମଦ ସ୍କାମ ଅଭିଯୋଗରେ ଜେଲରେ ଥିବାବେଳେ ସେ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କେଜ୍ରିୱାଲଙ୍କ ଦରମା ଏବଂ ଭତ୍ତା ହ୍ରାସ ପାଇବ।