ରାଜ୍ୟ ସରକାରଙ୍କ ପହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ବାରା ଶଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ 10 ଲକ୍ଷ ମହିଳା ହାତାଧିକାରୀଙ୍କୁ 5 ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ । ପ୍ରତ୍ୟେକ ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କୁ 5 ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ । ଏହା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର 1 ଟଙ୍କା ଲେଖାଏଁ ପଠାଇଛନ୍ତି । ଏନେଇ ସେମାନଙ୍କ ମୋଇବାଲକୁ କନଫର୍ମେସନ ମେସେଜ ଯାଇଛି । ମେସେଜ ପାଇ ନଥିବା ହିତାଧିକାରୀ ବି ସୁଭଦ୍ରା ସହାୟତା ଅର୍ଥ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ଯାଇନଥିବା ହିତାଧିକାରୀ ଚିନ୍ତିତ ନ ହେବାକୁ ଆଶ୍ବସନା ଦେଇଛନ୍ତି । ଆକାଉଣ୍ଟକୁ 1 ଟଙ୍କା ପଠାଯିବା ପରୀକ୍ଷାମୂଳକ ଥିବା ସେ କହିଛନ୍ତି । ସୁଭଦ୍ରା ଯୋଜନାର ଆବେଦନ ମଧ୍ୟରେ ସାଇବର ଠକ ମାତିଛନ୍ତି । କିଛି ହିତାଧିକାରୀଙ୍କ ମୋବାଇଲକୁ ନକଲି ଲିଙ୍କ ଆସୁଛି । ଏଭଳି ଲିଙ୍କରେ କ୍ଳିକ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ ହିତାଧିକାରୀଙ୍କ ନିକଟକୁ କୌଣସି ଫୋନ କଲ ଯାଉନି । ଲିଙ୍କ ପଠାଉଥିବା ବ୍ୟକ୍ତି ସାଇବର ଠକ ହୋଇପାରନ୍ତି । ଏଥିପାଇଁ ସତର୍କ ରହନ୍ତୁ । ଫର୍ମରେ ଆବେଦନ କରନ୍ତୁ ,ଇ କେଓ୍ବାଇସି ଦିଅନ୍ତୁ ଯୋଗ୍ୟ ହିତାଧିକାରୀ ନିଶ୍ଚିତ ସୁଭଦ୍ରା ସହାୟତା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ।