ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ 2024 ପାଇଁ ଅଭିଯାନ ଚରମ ସୀମାରେ ରହିଛି । ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟରେ କିସ୍ତଓ୍ବାଡ଼ରେ ଏକ ନିର୍ବାଚନ ରାଲିରେ ସମ୍ବାଧିତ କରିଛନ୍ତି । ଏହି ସମୟରେ ସେ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ ।
ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କନଫରେନ୍ସ ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି । ଜମ୍ମୁ କାଶ୍ମୀରରେ ସେମାନେ କ୍ଷମତାକୁ ଆସିପାରିବେ ନାହିଁ । ରାଜ୍ୟରେ ଆତଙ୍କବାଦ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ କରାଯାଉଛି । କିନ୍ତୁ ଭାଜପା ସରକାର ଏହାକୁ ଭୂମିରେ ପୋତି ଦେବେ । ଆତଙ୍କବାଦ ପ୍ରସଙ୍ଗରେ ଶାହା କହିଛନ୍ତି କଂଗ୍ରେସ ଏବଂ ଏହାର ନେତା ରହୁଲ ଗାନ୍ଧୀ ଜମ୍ମୁ କଶ୍ମୀରକୁ ପୁଣି ଆତଙ୍କବାଦ ଆଡ଼କୁ ଠେଲିବାକୁ ଚାହୁଁଛନ୍ତି । ଯଦି କଂଗ୍ରେସ ଏଂ ଏନସି ସରକାର ଆସନ୍ତି ତେବେ ଆମେ ଛାଡ଼ିବୁ ନାହିଁ । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି । ଆତଙ୍କବାଦକୁ ପାତାଳରେ କବର ଦେବୁ । ଆତଙ୍କବାଦକୁ ଏପରି ସ୍ତରରେ ପୋତିଦେବାକୁ ନିଷ୍ପତ୍ତି ନେଇଛୁ ଯେ ଯେଉଁଠି ଏହା ଆଉ ଫେରିପାରିବ ନାହିଁ ।
ଏଥର ଜମ୍ମୁ କଶ୍ମୀରର ଅବଦୁଲ୍ଲା ସରକାର କିମ୍ବା ରାହୁଲ ଗାନ୍ଧୀଙ୍କ ସରକାର ଗଠନ ହେଉନାହିଁ । ଏଥିର ଭାଜପା ନେତୃତ୍ବାଧୀନ ସରକାର ଗଠନ ହେବ ବୋଲି ଶାହା କହିଛନ୍ତି ।
ଜନତାଙ୍କୁ ନିବେଦନ କରି ଶାହା କହିଛନ୍ତି ଭାଜପା ସରକାର ଗଠନ କରିବାରେ ସାହାର୍ଯ୍ୟ କର । ଆମେ ଆତଙ୍କବାଦକୁ ହଟାଇ ଦେବୁ । ଉପତ୍ୟକାର ତିନି ପରିବାରର ଶାସନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମୋଦି ପଞ୍ଚାୟତ ରାଜକୁ ମଜଭୁତ କରିଛନ୍ତି ଏବଂ ଧାରା ବର୍ତମାନ ଇତିହାସରେ ବିଷୟ ହୋଇଛି ଏହା ଆଉ ଫେରିବ ନାହିଁ ।