ଉଖପୁଲ ଜିଲ୍ଲାରେ ଥିବା ମଣିପୁର ମନ୍ତ୍ରୀ କାଶିମ ଓ୍ବମିଶଙ୍କ ବାସଭବନ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗ୍ରେନେଡ଼ ମାଡ଼ କରବା ଫଳରେ ତାଙ୍କ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜି ପୁଲିସ ଏହି ସୂଚନା ଦେଇଛି । ଶନିବାର ରାତିରେ ଘଟିଥିବା ଏହି ଘଟଣାରେ କେହି ଆହତ ହୋଇନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଗ୍ରେନେଡ଼ ବିସ୍ଫୋରଣ ସମୟରେ ସେ ଏବଂ ତାଙ୍କ ପରିବାର ସଦସ୍ୟ ଘରେ ନଥିଲେ ବୋଲି ଓ୍ବାସୁମ କହିଛନ୍ତି । ଗ୍ରେନେଡ଼ ବିସ୍ଫୋରଣରେ ମନ୍ତ୍ରୀଙ୍କ ଘରର କାନ୍ଥ ଓ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ଗ୍ରେନେଡ଼ ଆକ୍ରମଣରେ କିଛି ଖଣ୍ଡ ଜବତ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ତଦନ୍ତ ପାଇଁ ଆଖପାଖ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି । ଓ୍ବାସମ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି ର ସହଯୋଗ ଦଳ ନାଗା ପିପୁଲ୍ସ ପ୍ରଂଣ୍ଟ ର ବିଧାୟକ ଅଟନ୍ତି । ଅନ୍ୟପକ୍ଷରେ ଟାଙ୍ଗଖୁଲ ନାଗା ଜନଜାତି ଟାଙ୍ଗଖୁଲ ନାଗା ଲଙ୍ଗଲ ସର୍ବାଚ୍ଚ ସଂଗଠନ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ଅନୁରୋଧ କରିଛି ।