କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସ୍ପଷ୍ଟ ହେବ । ଏନେଇ ଆମ୍ ଆଦମୀ ପାର୍ଟି (ଆପ୍)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସହ ବୈଠକ ବସିଛି । ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ତାହା ସ୍ଥିର ହେବ । ଆଜି ସିଏମ୍ ବାସଭବନରେ ସନ୍ଧ୍ୟାରେ ଆପ୍ର ରାଜନୈତିକ ବ୍ୟାପାର କମିଟି (ପିଏସି)ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପାଇଁ ଚୂଡ଼ାନ୍ତ ହୋଇଥିବା ନାମ ଆପ୍ ବିଧାନସଭା ପାର୍ଟି ବୈଠକରେ ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର (ସେପ୍ଟେମ୍ବର ୧୭)ରେ ଉପସ୍ଥାପନ କରାଯିବ ଏବଂ ତା’ପରେ ନାମ ଘୋଷଣା କରାଯିବ। ଆପ୍ର ପିଏସି ସଦସ୍ୟଙ୍କ ନାମ ତାଲିକା ପ୍ରକାଶ ପାଇଛି। ସେମାନେ ବିଧାନସଭା ଦଳର ନେତା ବାଛିବାରେ ଏକ ଭୂମିକା ଗ୍ରହଣ କରିବେ। ତେଣୁ ଆଉ ଦିନେ ଅପେକ୍ଷା କରିବାକୁ ପଡ଼ିବ ।
ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ କହିଥିଲେ ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ମୁଁ ସିଏମ ପଦରୁ ଇସ୍ତଫା ଦେବି। ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇବାର ୨ ଦିନ ପରେ ସେ ଏହା ଘୋଷଣା କରିଥିଲେ। ତେବେ କଥା ହେଉଛି ସୁପ୍ରିମକୋର୍ଟ ତାଙ୍କୁ କୈାଣସି କାମ କରିବା ପାଇଁ ମନା କରିଛନ୍ତି । ତେଣୁ କେଜରିଓ୍ବାଲଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ ।