ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ଉପରେ ପୁଣି ଥରେ ଆକ୍ରମଣ ହୋଇଛି । ତେବେ ସେ ସୁରକ୍ଷିତ ଅଛନ୍ତି । ଫ୍ଳୋରିଡ଼ାର ପଶ୍ଚିମ ପାଲମ ବିଚରେ ଥିବା ଗଲ୍ଫ କୋର୍ସରେ ଟ୍ରମ୍ପ ଗଲ୍ଫ ଖେଳୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏହାର ଜବାବରେ ସିକ୍ରେଟ ସର୍ଭିସ ସଦସ୍ୟ ପାଲଟା ଗୁଳିଚାଳନା କରିଥିଲେ । ରିପକ୍ଳିକାନ ପାର୍ଟିର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏହା ଏକ ପ୍ରୟାସ ଥିଲା କି ନାହିଁ ତାହା ଜାଣିବା ପାଇଁ ଏଫବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ରିପୋର୍ଟ ଅନୁଯାୟୀ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିବା ଅଜ୍ଞାତ ବନ୍ଧୁକଧାରୀ ଘଟଣାସ୍ଥଳରେ ବନ୍ଧୁକ ଛାଡ଼ି ଏକ ଏସୟୁଭିରେ ପଳାଇ ଯାଇଥିଲେ । ସିକ୍ରେଟ ସର୍ଭିଷ ଅଧିକାରୀଙ୍କ ଅନୁଯାୟୀ ଟ୍ରମ୍ପ ସମୂଣ୍ଣ ସୁରକ୍ଷିତ ଅଛନ୍ତି । ଏଫବିଆଇ ଫ୍ଳୋରିଡ଼ାରେ ଓ୍ବେଷ୍ଟ ପାଲମ ବିଚ ନେଇ ପ୍ରତିକ୍ରିୟା ଦେଇ କହିଛି ଏହି ଘଟଣାର ତଦନ୍ତ ଜାରି ରହିଛି । ଏଜେନ୍ସି କହିଛି ଯେ ଏହି ମାମଲା ଟ୍ରମ୍ପଙ୍କୁ ହତ୍ୟା କରିବାର ପ୍ରୟାସ ପରି ମନେହେଉଛି । ଖବର ଅନୁଯାୟୀ ସନ୍ଦିଗ୍ଧଙ୍କ ପାଖରେ ଏକ ସ୍କୋପଥିବା ଏକେ -47 ବନ୍ଧୁକ ଏବଂ ଗୋ ପ୍ରୋ କ୍ୟାମେରା ଥିଲା ବନ୍ଧୁକଧାରୀ ଟ୍ରମ୍ପଙ୍କଠାରୁ ପ୍ରାୟ 275ରୁ 450 ମିଟର ଦୂରରେ ଥିଲା ସିକ୍ରେଟ ସର୍ଭିଷ ସଦସ୍ୟଙ୍କ ପକ୍ଷରୁ ସନ୍ଦିଗ୍ଧଙ୍କ ଉପରେ ଚାରି ରାଉଣ୍ଡ ଗୁଳି ଚଳାଯାଇଥିଲା ତେବେ ଆକ୍ରମଣକାରୀ ଗୁଳି ଚଳାଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।