ଯେଉଁମାନେ 15 ତାରିଖ ସୁଧା ନାମ ପଂଜୀକରଣ କରିଛନ୍ତି ସେମାନେ ଦିନକ ପରେ ସୁଭଦ୍ରା ଟଙ୍କା ପାଇବେ । ଆପଣ ଯଦି ନାମ ପଂଜୀକରଣ କରିନାହାଁନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ପରେ ମଧ୍ୟ ଟଙ୍କା ପାଇବେ । ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ସବୁ ମହିଳାଙ୍କୁ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ । ଏହାର ସଫଳ ରୂପାୟନ ପାଇଁ ମୋହନ ଚରଣ ମାଝୀଙ୍କ ସରକାର ଓ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।
ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଗୁଜରାଟ ଯିବେ ପରେ ସେଠାରୁ ଓଡ଼ିଶା ଆସିବେ । ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ମୋଦୀ ଗସ୍ତ ପାଇଁ ଭୁବନେଶ୍ବରରେ 81 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୁଲିସ କମିସନର ସଞ୍ଜୀବ ପଣ୍ଡା ରବିବାର ଏକ ବୈଠକରେ ଯୋଗଦେଇ ଏହା କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ 11 ଡ଼ିସିପି ରାଙ୍କ ଅଧିକାରୀ 22 ଅତିରିକ୍ତ ଡ଼ିସିପି, 66 ଏସିପି, 100 ଆଇଆଇସି, 300 ବରିଷ୍ଠ ପୁଲିସ ଅଧିକାରୀ ମୁତୟନ ହେବେ ।
ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଜନତା ମଇଦାନରେ ସେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଅହମଦାବାଦରୁ ଭୁବନେଶ୍ବର ଆସିବେ। ସକାଳ ୧୧ଟା ୩୫ରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ଜନତା ମଇଦାନ ଯିବେ। ୧୨ଟାରୁ ୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ସେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ସରିଲା ପରେ ସେ ପୁଣି ସିଧାସଳଖ ବିମାନବନ୍ଦର ଯାଇ ନୂଆଦିଲ୍ଲୀ ଫେରିଯିବେ।
ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି ଯେ ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ବ୍ୟାରିକେଡ଼ ହେବା ଏହାଛଡ଼ା ବ୍ଳୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ କଟକଣା ଲାଗୁ ହେବ ଖାଲିସେତିକି ନୁହେିଁ । ସାଧା ପୋଷାକରେ ବି ପୁଲିସ ବୁଲିବେ । ପ୍ରଧାମନ୍ତ୍ରୀ ଗସ୍ତକୁ ଆଖିରେ ରଖି ଗୁଇନ୍ଦା ବିଭାଗ ଅଧିକ ସକ୍ରିୟ ବିଭାଗ ଅଧିକ ସକ୍ରିୟ ରହିଛି ।