ଜେଲରେ ଥାଇ ଶାସନ କରୁଥିଲେ । ଏବେ ଜେଲରୁ ବାହାରିଲେ । କିନ୍ତୁ ଅଫିସ ଯାଇପାରିବେନି । ଫାଇଲରେ ଦସ୍ତଖସ୍ତ କରିପାରିବେନି । ଏଭଳି ଅନେକ ସର୍ତ୍ତ ଦେଇ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହେଉଛନ୍ତି କେଜରିଓ୍ବାଲ । ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି କେଜରିଓ୍ବାଲ । ଆପ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି । ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଜନସାଧାରଣଙ୍କ ଆଶୀର୍ବାଦ ମୋ ଉପରେ ଅଛି । ଭାଜପାର ସମସ୍ତ ଷଡ଼ଯନ୍ତ୍ରକୁ ପ୍ରତିହତ କରିବାରେ ଶକ୍ତି ଆମର ଅଛି । ମୋର ଶକ୍ତି ଶହେ ଗୁଣ ବଢ଼ିଯାଇଛି । ସେ ଆହୁରି କହିଛନ୍ତି ଯେ ଆମେ ଭାଜପା ଆଗରେ ନଇଁବୁ ନାହିଁ ।
କେଜରିଓ୍ବାଲ କହିଛନ୍ତି ଆସନ୍ତା ଦୁଇ ଦିନ ମଧ୍ୟରେ ସିଏମ ପଦରୁ ଇସ୍ତଫା ଘୋଷଣା କରିବେ । ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାନସଭା ଦଳର ବୈଠକ ହେବ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି । ପରବର୍ତୀ ସିଏମ ମଧ୍ୟ ଆମ ଆଦମୀ ପାର୍ଟିର କେହି ଜଣେ ହେବେ । କେଜରିଓ୍ବାଲ କର୍ମୀ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ମୁଁ କୋର୍ଟରେ ଜିତିବା ପର୍ଯ୍ୟନ୍ତ ସିଏମ ହେବି ନାହିଁ । ମୁଁ ଚାହୁଁଛି ଯେ ନଭେମ୍ବରରେ ଦିଲ୍ଲୀ ନିର୍ବାଚନ ହେଉ । ଜନସାଧାରଣ ମୋତେ ଭୋଟ ଦେବେ । ଯଦି ମୁଁ ଜିତେ ତେବେ ମୁଁ ସିଏମ ଚେୟାରରେ ବସିବି । ଏହାକୁ ନେଇ ବିଜେପି କଟାକ୍ଷ କରିଛି । କେଜରିଓ୍ବାଲ ଇମୋସନ ଖେଳୁଛନ୍ତି । କୋର୍ଟ ତାଙ୍କୁ ଯେଉଁ ସର୍ତ୍ତ ଦେଇଛନ୍ତି ତାହାକୁ ନେଇ ତାଙ୍କ ଦଳ କିଛି ବୁଝିପାରୁନାହାଁନ୍ତି । ବାଣ ଫୁଟାଇ ନାଚୁଛନ୍ତି । ଏହାକୁ ଲୋକେ ଦେଖୁଛନ୍ତି ।
ୟୁଜରମାନେ ଟ୍ରୋଲ କରି କହୁଛନ୍ତି କେଜରିଓ୍ବାଲ ଭୟରେ ଅଛନ୍ତି । ଦିଲ୍ଳୀରେ ରାଷ୍ଟ୍ରପତି ଶାସନ ଜାରି ପୂର୍ବରୁ ସେ ଇମୋସନାଲ କାର୍ଡ ଖେଳିଛନ୍ତି । ଏସବୁ କେବଳ ଭୋଟ ପାଇଁ ।