ସୁଭଦ୍ରା ଯୋଜନାରେ ପାଇଁ ଚାଲିଛି ନାମ ପଞ୍ଜିକରଣ । ଏଯାଏଁ ନାମ ପଞ୍ଜିକରଣ କରିସାରିଲେଣି 60 ଳକ୍ଷରୁ ଅଧିକ ମହିଳା । ଏବେବି ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ଆରମ୍ଭ ହେଲା ସୁଭଦ୍ରା ସ୍ବାଗତ ପଦଯାତ୍ରା । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ,ଭି ସିଂହଦେଓଙ୍କ ସମେତ ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ , ମେୟର ସୁଲୋଚନା ଦାଶ ପ୍ରମୁଖ ସାମିଲ ହୋଇଛନ୍ତି । ଗିରିଦୁର୍ଗା ମନ୍ଦିରାଠାରେ ରମାଦେବୀ ବିଶ୍ବବିଦ୍ରାଳୟ ପର୍ଯ୍ୟନ୍ତ ପଦଯାତ୍ରା ହେବା ପ୍ରତି ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ଚାଲିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ଗାଁରେ ସାମିଲ ହେବେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ବର୍ତମାନ ସୁଦ୍ଧା 60 ଳକ୍ଷରୁ ଅଧିକ ମହିଳା ପଞ୍ଜୀକରଣ କରିସାରିଲେଣି । ଆସନ୍ତା 17 ତାରିଖରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ମିଳିବା ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଆଜି ସୁଦ୍ଧା ଯେଉଁମାନେ ଆବେଦିନ କରିଥିବେ ସେମାନଙ୍କୁ 17 ତାରିଖରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ ।