ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆନ କଂଗ୍ରେସ ଓଭରସିଜ୍ ର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କୁ ପ୍ରଶ୍ନ ପଚାରିବାରୁ ଇଣ୍ଡିଆ ଟୁଡେ ସାମ୍ବାଦିକଙ୍କୁ ଆକ୍ରମଣ । ଆକ୍ରମଣ ହୋଇଛି ଆମେରିକାରେ । ତେବେ ଆକ୍ରମଣକୁ ନେଇ ସାମ ପିଟ୍ରୋଡା କହିଛନ୍ତି ‘ମୁଁ ଜାଣେ ନାହିଁ’ । ସାମ୍ ପିଟ୍ରୋଡା କହିଛନ୍ତି ଯେ ଆକ୍ରମଣ ଯଦି ହୋଇଛି ଏହାକୁ ସାର୍ବଜନୀନ କରିବା ପୂର୍ବରୁ ସାମ୍ବାଦିକ ‘ମୋ’ ସହ କଥା ହେବା ଉଚିତ୍ ଥିଲା ।
ଇଣ୍ଡିଆ ଟୁଡେ ସାମ୍ବାଦିକ ରୋହିତ ଶର୍ମା ସାମ୍ ପିଟ୍ରୋଡାଙ୍କୁ ପଚାରିଥିଲେ ଯେ ରାହୁଲ ଗାନ୍ଧୀ ଆମେରିକାରେ ବାଂଲାଦେଶୀ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇବେ କି ନାହିଁ, । ବାସ ଏହା ପରେ କଂଗ୍ରେସ କର୍ମୀମାନେ ରାଗି ଯାଇଥିଲେ। ଏହା ପରେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଥିଲା ଏବଂ ତାଙ୍କୁ ଠେଲାପେଲା କରିବା ସହ ମାଡ଼ ମରାଯାଇଥିବା ସେ କହିଛନ୍ତି ।
ସାମ ପିଟ୍ରୋଡା କହିଛନ୍ତି ଯେ ସେତେବେଳେ ତରବରିଆ ଥିଲେ ଏବଂ ଅନ୍ୟତ୍ର ଯିବାକୁ ପଡୁଥିଲା ତେଣୁ ରୋହିତ ଶର୍ମାଙ୍କୁ ଭେଟିବା ପରେ ସେ ଚାଲିଗଲେ। ପିଟ୍ରୋଡା କହିଛନ୍ତି, “ଏହି ଘଟଣା ବିଷୟରେ ଜ୍ଞାନ ନାହିଁ। ମୁଁ ସେଠାରେ ଉପସ୍ଥିତ ନଥିଲି ଯଦି ଏପରି କିଛି ଘଟିଲା ତେବେ ମୁଁ ଅନୁସନ୍ଧାନ କରିବି। ”
ସାମ୍ବାଦିକ ସ୍ୱାଧୀନତାକୁ ଗୁରୁତ୍ବ ଦେବାକୁ ରାହୁଲ ଗାନ୍ଧୀ କହୁଥିବା ବେଳେ ପ୍ରଶ୍ନ ପଚାରିବା ବେଳେ ମାଡ଼ ମରାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ଏହାକୁ ନେଇ ବିଜେପି ମଧ୍ୟ ରାହୁଲଙ୍କୁ ଘେରିଛି ।