ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ କଥା କହିଛନ୍ତି । ଡୋଡାରେ ଏକ ସାଧାରଣ ସଭାରେ ମୋଦି କହିଛନ୍ତି କାଶ୍ମୀରରେ ଆତଙ୍କବାଦକୁ ଦମନ କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ । ବିରୋଧୀ ଦଳଗୁଡିକ କେବଳ ଆତଙ୍କବାଦ ନୁହେଁ ବରଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଛନ୍ତି । ଧାରା 370 କୁ ହଟାଇବା ତାଙ୍କ ସରକାରର ଏକ ପ୍ରମୁଖ ସଫଳତା । ବିଜେପି ଯାହା କହେ କରେ ବୋଲି କହିଛନ୍ତି ମୋଦି ।
ଲୋକଙ୍କ ଭିଡ଼ ଦେଖି ମୋଦି କହିଛନ୍ତି ଏଥର ନିର୍ବାଚନ କାଶ୍ମୀରରେ ନୂଆ ନୂଆ ଲାଗୁଛି। ସେ ଏହି ସଭାରେ ଲୋକଙ୍କ ଉପସ୍ଥିତିକୁ ବିଜେପି ପାଇଁ ଲୋକଙ୍କ ଆଶୀର୍ବାଦ ବୋଲି ବର୍ଣ୍ଣନା କରିଛନ୍ତି। କାଶ୍ମୀରରେ ବିଜେପି ଯେଉଁ ବିକାଶ ଆଣିଛି ତାହା ସମସ୍ତେ ଅନୁଭବ କରୁଛନ୍ତି । କାଶ୍ମୀରର ଅନେକ ଅଂଶ ରେଳ ନେଟୱାର୍କ ଦ୍ୱାରା ସମଗ୍ର ଦେଶକୁ ସଂଯୋଗ ହେବାକୁ ଯାଉଛି। ଏହା ସହିତ ଜାମ୍ମୁ କାଶ୍ମୀରର ଅନେକ ଗାଁରେ ଟ୍ୟାପ୍ ପାଣି ଏବଂ ବିଦ୍ୟୁତ୍ ପହଞ୍ଚିଛି । ଲୋକେ ଏବେ ଖୁସି ଅନୁଭବ କରୁଛନ୍ତି ବୋଲି ମୋଦି କହିଛନ୍ତି ।