ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ସମସ୍ତ ଦଳ ନିଜର ସମ୍ପୂଣ୍ଣ ଶକ୍ତି ଦେଇଛନ୍ତି । ମିଶନ 50 ରେ ମଧ୍ୟ ଭାଜପା ନିୟୋଜିତ ଅଛି । ଉପତ୍ୟକାରେ କମଲ ଫୁଲ କରିବାକୁ ବିଜେପି ଚେଷ୍ଟା କରୁଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରେ ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରରୁ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି । ଆଜି ମୋଦି ଡ଼ୋଡ଼ା ଠାରେ ଏକ ରାଲିର ପ୍ରଧାନମନ୍ତ୍ରୀ ସମ୍ବାଧିତ କରୁଛନ୍ତି ।
ମୋଦୀଙ୍କ ଗସ୍ତ ଐତିହାସିକ କାରଣ ଚାରି ଦଶନ୍ଧି ଅର୍ଥାତ 54 ବର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ପ୍ରଥମ ସମାବେଶ । ତିନାବ ଅଞ୍ଚଳରେ 8 ଟି ବିଧାନସଭା ଆସନ ଅଛି । ଏଗୁଡ଼ିକ ହେଉଛି ଡ଼ୋଡ଼ା, ଡ଼ୋଡ଼ା ପଶ୍ଚିମ, ଭଦର୍ବା, କିଶୌର, ଇନ୍ଦ୍ରଓ୍ବାଲ ପାଦର ନାଗାସେନି, ରାମବାନ ଏବଂ ବାନିହଲା ଭାଜପାର ମିଶନ 50 ପାଇଁ ସମସ୍ତ ଆସନ ଗୁରୁତ୍ବପୂଣ୍ଣ । ଜମ୍ମୁର ସମସ୍ତ 43 ଟି ଆସନରେ ଭାଜପା ନିର୍ବାଚନ ଲଢୁଛି । ଜାମ୍ମୁ କାଶ୍ମୀରର 90 ଟି ବିଧାନସଭା ଆସନରେ ତିନୋଟି ପର୍ଯ୍ୟାୟରେ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଭୋଟ 18 ସେପ୍ଟେମ୍ବରରେ ହୋଇଥିବା ବେଳେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ 25 ସେପ୍ଟେମ୍ବର ଏବଂ 1 ଅକ୍ଟୋବରରେ ରହିଛି । ଫଳାଫଳ 8 ଅକ୍ଟୋବରରେ ଆସିବ ।
ଅଗଷ୍ଟ 31ରେ ଜମ୍ମୁ କାଶ୍ମୀର ଏବଂ ହରିୟାନା ବିଧାନସଭା ନିର୍ବାଚନ ପାଇଁ ଆୟୋଗ ଘୋଷଣା କରିଥିଲେ । ଏହା ପରେ ଜମ୍ମୁ କଶ୍ମୀରରେ ପ୍ରଧାନମନ୍ତ୍ରୀ ମୋଦି ଏକ ସମାବେଶକୁ ସମ୍ବାଧିତ କରିବେ । 6 ଟି ଜିଲ୍ଲାରୁ 23 ଜଣ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ନିବେନଦ କରିବେ । ଏହି ରାଲିକୁ ଐତିହାସିକ କରିବା ପାଇଁ ରହିୟାଣା ଭାଜପା ନିଜର ସମସ୍ତ ଶକ୍ତି ଲଗାଇଛି ।ଅନେକ ଦଶନ୍ଧି ଧରି ଡ଼ୋଡ଼ା ଆତଙ୍କବାଦ ଦ୍ବାରା ପ୍ରଭାବିତ ହୋଇଥିଲା । ଏହି ସମାବେଶ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡ଼୍ରୋନ ସହିତ ରାଲି ସାଇଟ ପରେ ନଜର ରଖାଯିବ । ଏଥିପାଇଁ ସମଗ୍ର କମ୍ପ୍ଳୋକ୍ସକୁ ସିଲ କରାଯାଇଛି ।