ଛତିଶଗଡ ବିଜାପୁରରେ ଯବାନଙ୍କ କ୍ୟାମ୍ପ ଉପରେ ଆଖିବୁଜା ରକେଟ୍ ମାଡ଼ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଗତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ଆସି କ୍ୟାମ୍ପ ଉପରକୁ ରକେଟ ମାଡ଼ କରିଥିଲେ। ଫଳରେ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହାପରେ ମାଓବାଦୀମାନେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏହା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଯବାନ ଏଠାରେ ମୁତୟନ ହୋଇଥିଲେ। ଯବାନଙ୍କ ପାଲଟା ଗୁଳି ଚାଳନା ଯୋଗୁ ଖସି ପଳାଇଲେ ମାଓବାଦୀ। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ସିଆରପିଏଫ୍ ପକ୍ଷରୁ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସେମାନେ ଆଖପାଖ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବେଳେ ସର୍ଚ୍ଚ ଅପରେସନ ଚଳାଉଥିଲେ। ମାତ୍ର ମାସକ ମଦ୍ୟରେ ଏହା ସେମାନଙ୍କ କ୍ୟାମ୍ପ ଉପରେ ପ୍ରଥମ ରକେଟ ମାଡ଼ ।