ଲିଭ ଇନ ରେ ରହୁଥିଲେ ଯୁବତୀ । ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ । ତାଙ୍କ ମୃତ ଦେହ ମିିଳିଛି । ଏଭଳି ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚର୍ଚା ଜାରି ରହିଛି । ଲିଭ ଇନରେ ରହୁଥିବା ଏକ ଯୁବତୀଙ୍କ ମୃତଦେହକୁ ଘର ଭିତରେ ଛାତି ପୁରୁଷ ବନ୍ଧୁ ଫେରାର ହୋଇଛି । ବିଏନଏସର ଦଫା 103 ରେ ହତ୍ୟା ମାମଲା ରୁଜୁ କରି ଖଣ୍ଡଗିରି ପୋଲିସ ଯାଞ୍ଚ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହ ପୋଲିସ ତନାଘନା ଆରମ୍ଭ କରିଛି ।
ସୂଚନା ମୁତାବକ ଉଭୟ ପୁଅ ଏବଂ ଝିଅଙ୍କ ଘର ଗଞ୍ଜାମ ଜିଲ୍ଲାରେ । ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ବରରେ ଏହି ଆପାର୍ଟମେଣ୍ଟରେ ଲିଭ ଇନ ରିଲେସନ ସିପରେ ରହୁଥିଲେ । ପରିବାର ଲୋକଙ୍କ ଅଭିଯୋାଗ ଅନୁଯାୟୀ ଝିଅକୁ ହତ୍ୟା କରାଯାଇଛି । ପୂର୍ବରୁ ଅପହରଣ କରିଥିଲା ଉକ୍ତ ଯୁବକ । ଏନେଇ ପରିବାର ଲୋକ ପୁର୍ବରୁ ଥାନାର ଦ୍ବାରସ୍ଥ ହୋଇଥିଲେ । ଏବେ ପୁଣିଥରେ ଝିଅକୁ ଅପହରଣ କରି ଆଣିଥିବା ବେଳେ ଆଜି ମୃତଦେହ ଉଦ୍ଧାର କରିଛି ପୋଲିସ । ପରିବାର ଲୋକ କିନ୍ତୁ ଝିଅ କେଉଁଠି ରହୁଥିଲା ତାହା ଜାଣିନଥିଲେ ।