କମୁନି କାହିଁକି ତେଲ ଦର । ଅଶୋଧିତ ତେଲ ଦର ବ୍ୟାରେଲ ପିଛା 70 ଡ଼ଲାର ତଳକୁ ହ୍ରାସ ପାଇଛି । କିନ୍ତୁ କମୁନି ତେଲ ଦର । ଗତ ପ୍ରାୟ 3 ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ସାଧାରଣରେ ଏନେଇ ପ୍ରଶ୍ନ ହେଉଛି । ତୈଳ ଦର ପାଇଁ ସବୁ ଦର ଉଚ୍ଚା ରହୁଛି । ତୈଳ ଦର କମିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି
ତେଣୁ ତେଲ କମ୍ପାନିଗୁଡ଼ିକ ଶୀଘ୍ର ପେଟ୍ରୋଲ ଓ ଡ଼ିଜେଲ ଦାମ କମାଇବେ ବୋଲି ଗ୍ରାହକ ଆଶାବାନ୍ଧି ରହିଛନ୍ତି । କିନ୍ତୁ ଗ୍ରାହକଙ୍କୁ ନିରାଶ କରିବା ଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକ୍ୟତିକ ଗ୍ୟାସ ସଚିବ ପଙ୍କଜ ଜୈନା ସେ କହିଛନ୍ତି । ଅଶୋଧିତ ତେଲ ଦର ଦୀର୍ଘଦିନ ଧରି କମସ୍ତରରେ ରହିଲେ ତେଲ କମ୍ପାନୀଗୁଡ଼ିକ ଓ ଡ଼ିଜେଲ ଦାମ କମାଇବା ନେଇ ବିଚାର କରିବେ ।
ଗତ ସାଧାରଣ ନିର୍ବାଚନ ପୁର୍ବରୁ ମାର୍ଚ 14 ରେ ସରକାରୀ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡ଼ିଜେଲ ଦର ଲିଟର ପିଛା 2 ଟଙ୍କା ହ୍ରାସ କରିଥିଲେ । ପେଟ୍ରୋଲ ଦର 2010 ରୁ ଏବଂ ଡ଼ିଜେଲ 2014 ରୁ ନିୟନ୍ତ୍ରଣମୁକ୍ତ କରାଯାଇ ଅନ୍ତର୍ଜାତୀୟ ବଜାର ଦର ସହିତ ଯୋଡ଼ାଯାଇଛି । କିନ୍ତୁ ଗତ କିଛି ବର୍ଷ ହେଲା କମ୍ପାନୀଗୁଡ଼ିକ ଦୈନିକ ସଂଶୋଧନ ଆଉ କରୁନାହାନ୍ତି । ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା 100 ଟଙ୍କାରୁ ଅଧିକ ଏବଂ ଡ଼ିଜେଲ ଦର 90 ଟଙ୍କାରୁ ଅଧିକ ରହିଛି । ଆଗାମୀ ଦିନରେ ତୈଳ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି ।