ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବନି ରାଜ୍ୟପାଳ । ଗୋଟେ ପଟେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଗୋଟେ ପଟେ ମହିଳାମାନେ ଆନ୍ଦୋଳନ କରୁଛନ୍ତି । ସେପଟେ ନ୍ୟାୟ ଅପେକ୍ଷାରେ ପୀଡ଼ିତାଙ୍କ ପରିବାର ରହିଛନ୍ତି । ଏଭଳି ସମୟରେ ରାଜ୍ୟପାଳ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ କୈାଣସି କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ।
ଆାର ଜି କର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡ଼ାକ୍ତରଙ୍କ ଦୁଷ୍କର୍ମ ହତ୍ୟା ଘଟଣାକୁ ନେଇ ଏବେ ମମତାଙ୍କ ଉପର ଚାପ ପଡ଼ୁଛି । ତାଙ୍କ ଇସ୍ତଫା ଦାବି ଜୋର ଧରିଛି । ଘଟଣାକୁ ନେଇ ଆନ୍ଦୋଳନ ପରେ ଆାରମ୍ଭ ହୋଇଥିବା ମମତା ସରକାରଙ୍କ ଅଡ଼ୁଆ ଥମିବାର ନାଁ ଧରୁନି । ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ଆମର କୌଣସି କର୍ମଚାରୀ ବର୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ଶେୟାର କରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ବୋଷ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଏହିସବୁ କହିଥିଲେ ।
ନ୍ୟାୟ ପାଇଁ ଗାଦି ଛାଡ଼ିବାକୁ ପ୍ରସ୍ତୁତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ କେବେ ଗାଦି ଛାଡିବେ ବୋଲି ପ୍ରଶ୍ନ କରିଛି ବିଜେପି । ସେପଟେ କୋଲକତା ଡ଼ାକ୍ତର ଗଣଦୁଷ୍ମର୍ମ ମାମଲାରେ କୋଲକତାରେ ଡ଼ାକ୍ତାରମାନେ ଆନ୍ଦାଳନ କରୁଛନ୍ତି । ଡ଼ାକ୍ତରଙ୍କ ସହ ଆଲୋଚନା କରିବାକୁ ମମତା ବାନାର୍ଜୀ ତୃତୀୟ ଥର ପାଇଁ ଡ଼ାକିଥିଲେ ମଧ୍ୟ ଡାକ୍ତରମାନେ ମମତାଙ୍କ କଥା ଶୁଣିନାହାଁନ୍ତି ।
ମୁଖ୍ୟମନ୍ତ୍ରୀ ସଚିବାଳୟ କପଫରେନ୍ସ ହଲରେ 2 ଘଣ୍ଟା ଅପେକ୍ଷା ବି କଲେ । କିନ୍ତୁ ଡ଼ାକ୍ତରମାନେ ଆଲୋଚନାର ଲାଇଭ ଷ୍ଟ୍ରିମିଂ ପାଇଁ ଅଡ଼ିବସିବାରୁ ବୈଠକ ଆସିଲେ ନାହିଁ । ଫଳରେ ବୈଠକ ଫେଲ ମାରିଥିଲା । ଏଥିରେ କ୍ଷୁବ୍ଧ ହୋଇ ମମତା ଇସ୍ତଫା ପ୍ରସ୍ତୁତ ବୋଲି କହିଛନ୍ତି । ମମତା ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର କୌଣସି ମୋହ ନାହିଁ ।
ଡ଼ାକ୍ତରଙ୍କ ସହ ଆଲୋଚନା ପାଇଁ 3 ଦିନ ଅପେକ୍ଷା କଲି । ପଶ୍ଚିମବଙ୍ଗର ଲୋକଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି । ଆଉ ରାଜ୍ୟବାସୀ ବି ମୋତେ କ୍ଷମା କରିଦେବେ ବୋଲି କହିଛନ୍ତି ମମତା । କୋଲକତା ଡ଼ାକ୍ତରଙ୍କ ଦୁଷ୍ମର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି । ତେବେ ପଶ୍ଚିମବଂଗ ରାଜନୀତି ଆଗକୁ କଣ ରହୁଛି ତାହାକୁ ସାରା ଦେଶ ଅପେକ୍ଷା କରିଛି ।