ନୂଆଦିଲ୍ଲୀ: ଅଫିସ ଯିବେନି, ସାଇନ କରିପାରିବେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମାମଲା ଶୁଣାଣି ଚାଲିଥିବାରୁ କୈାଣସି ଫାଇଲରେ ଦସ୍ତଖସ୍ତ କରିପାରିବେନି ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଗୋଟେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ତାଙ୍କ ପାଇଁ ବଡ଼ ସର୍ତ୍ତ ରଖିଛନ୍ତି ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଳଙ୍କୁ ପ୍ରଥମେ ମାର୍ଚ 21 ରେ ଗିରଫ କରାଯାଇଥିଲା । ଜୁନ 26ରେ ସେ ଇଡ଼ି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫଦାରୀ ଗିରଫ କରିଥିଲେ ।
ପୂର୍ବରୁ ଇଡ଼ି ଗିରଫ କରିଥିବା ମାମଲାରେ ଜାମିନ ମିଳି ସାରିଥିବା ବେଳେ ସିବିଆରର ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ କେଜ୍ରିଓ୍ବାଲ । ଏବେ ତାଙ୍କୁ ଜାମିନ ମିଳିବା ପରେ ଦୀର୍ଘ ମାସ ପରେ ସେ ଜେଲିରୁ ବାହାରିଛନ୍ତି । ଉଭୟ ବିଚାରପତି ବିଚାର ପ୍ରଦାନ କରି ତାଙ୍କ ଜାମିନ ମଞ୍ଜୁର କରିଛନ୍ତି ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଆଜି ସକାଳ ସମୟରେ ଏହି ରାୟ ପ୍ରକାଶ ପାଇଛି ।ସେପ୍ଟେମ୍ବର 5 ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ
ସପ୍ତାହ ପରେ ଜୁଲାଇ 12 ତାରିଖରେ କେଜ୍ରିଓ୍ବାଲଙ୍କୁ ଇଡ଼ି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତିୀକାଳୀନ ଜାମିନ ପ୍ରଦାନ କରିଥିଲେ । ତେବେ ସିବିଆଇ ଗିରଫଦାରୀ ହେତୁ ସେ ତିହାର ଜେଲରେ ରହିଥିଲେ ।