Sunday, May 18, 2025
No Result
View All Result
Odisha 365

Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ମହିଳା ପାଇଲଟ ପାଇଁ ବଢ଼ୁଛି ଉତ୍ସାହ

ବେସାମରିକ ବିମାନ ଚଳାଚଳ କ୍ଷେତ୍ର ମାଧ୍ୟମରେ ଜନସାଧାରଣ, ସଂସ୍କୃତି ଓ ସମୃଦ୍ଧିକୁ ଯୋଡ଼ିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି: ପ୍ରଧାନମନ୍ତ୍ରୀ

Ramesh Parida by Ramesh Parida
Sep 13, 2024, 11:59 am GMT+0530
FacebookTwitterWhatsAppTelegram

ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶୀର୍ଷ ବେସାମରିକ ବିମାନ ଚଳାଚଳ ନେତୃବୃନ୍ଦଙ୍କ ସହ ଏହି କ୍ଷେତ୍ରରେ ଭାରତ କରିଥିବା ବୈଷୟିକ ଏବଂ ଭିତ୍ତିଭୂମି ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ମହିଳାଙ୍କ ପାଇଁ ଏହି କ୍ଷେତ୍ରକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ, ଭାରତରେ ୧୫% ପାଇଲଟ୍ ହେଉଛନ୍ତି ମହିଳା, ଯାହାକି ବିଶ୍ୱ ହାରାହାରି ୫% ଠାରୁ ଅଧିକ ଏବଂ ଆମେ ଏହି ସଂଖ୍ୟାକୁ ଆହୁରି ବଢ଼ାଇବା ପାଇଁ ମାର୍ଗଦର୍ଶିକ ଜାରି କରିଛୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

ବିଗତ ଦଶ ବର୍ଷ ମଧ୍ୟରେ ଭାରତରେ ବିମାନ ଚଳାଚଳ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ କୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି  ଭାରତର ବିମାନ ଚଳାଚଳ କ୍ଷେତ୍ର ବିଶେଷ କ୍ଷେତ୍ରରୁ ବଦଳି ସମାବେଶୀ ହୋଇପାରିଛି । ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହି କ୍ଷେତ୍ର ମାଧ୍ୟମରେ ଲୋକ, ସଂସ୍କୃତି ଏବଂ ସମୃଦ୍ଧିକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଆମେ ସମଗ୍ର ଏସିଆରେ ଭଗବାନ ବୁଦ୍ଧଙ୍କ ସହ ଜଡିତ ସମସ୍ତ ପବିତ୍ର ସ୍ଥାନଗୁଡ଼ିକୁ ସଂଯୋଗ କରିପାରିବା ଏବଂ ଏକ ‘ଅନ୍ତର୍ଜାତୀୟ ବୌଦ୍ଧ ସର୍କିଟ୍’ ସୃଷ୍ଟି କରିପାରିବା, ତେବେ ଏହା ବେସାମରିକ ବିମାନ ଚଳାଚଳ କ୍ଷେତ୍ର, ଯାତ୍ରୀ, ସଂପୃକ୍ତ ଦେଶ ଏବଂ ସେମାନଙ୍କ ର ଅର୍ଥବ୍ୟବସ୍ଥାକୁ ମଧ୍ୟ ଉପକୃତ କରିପାରିବ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ସ୍ୱାଗତ ଭାଷଣରେ କହିଥିଲେ, ‘ଏକ ପେଡ୍ ମା କେ ନାମ’ ଅଭିଯାନ ଏବଂ ଆଇସିଏଓର ୮୦ ବର୍ଷ ପୂର୍ତ୍ତି ଅବସରରେ ୮୦ ହଜାର ଚାରା ରୋପଣ ଭଳି ପଦକ୍ଷେପ ସହିତ ସମାବେଶିତା ଏବଂ ଦୀର୍ଘସ୍ଥାୟିତ୍ୱ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ସ୍ପଷ୍ଟ ହୋଇଛି। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ୨୦୪୭ ସୁଦ୍ଧା ୩୫୦-୪୦୦ ବିମାନବନ୍ଦର ନିର୍ମାଣର ଲକ୍ଷ୍ୟ ହାସଲ କରିବାକୁ ଯାଉଛି ଏବଂ ବିଶ୍ୱ ବିମାନ ଚଳାଚଳ କ୍ଷେତ୍ରରେ ଦେଶକୁ ଶୀର୍ଷ ସ୍ଥାନରେ ସ୍ଥାନିତ କରିବ। କୋଭିଡ୍-୧୯ ମହାମାରୀ ସମୟର ଉଦାହରଣ ଭଳି, ଆଜି ଭାରତ କେବଳ ସହଯୋଗୀ ପ୍ରୟାସକୁ ସମର୍ଥନ କରୁ ନାହିଁ ବରଂ ନେତୃତ୍ୱ ନେଉଛି। ଏସିଆ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଟିକା ପହଞ୍ଚାଇ ଭାରତ ‘ଗୋଟିଏ ବିଶ୍ୱ, ଗୋଟିଏ ଗ୍ରହ, ଗୋଟିଏ ଭବିଷ୍ୟତ, ଗୋଟିଏ ପରିବାର’ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିଛି।

ଆଇସିଏଓ ପରିଷଦର ସଭାପତି ଶ୍ରୀ ସାଲଭାଟୋର ତାଙ୍କ ଅଭିଭାଷଣରେ କହିଥିଲେ, ଆମର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଚ୍ଚସ୍ତରୀୟ ସୁରକ୍ଷା ଓ ନିରାପତ୍ତା ବଜାୟ ରଖିବା। ଆମେ ଅତ୍ୟନ୍ତ ସକାରାତ୍ମକ ପରିସଂଖ୍ୟାନକୁ ବିଚାର କରିବା ସମୟରେ ନିଜକୁ ଆତ୍ମସନ୍ତୁଷ୍ଟ ହେବାକୁ ଦେବୁ ନାହିଁ, ବରଂ ବିମାନ ଚଳାଚଳର ଏହି ମୌଳିକ ଦିଗଗୁଡ଼ିକୁ ବିସ୍ତାରିତ କରିବା ଉପରେ ଧ୍ୟାନ ଦେବୁ।

ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଏହି ସମ୍ମିଳନୀରେ ଯୋଗଦେଇ କହିଥିଲେ, ସୁରକ୍ଷା ଠାରୁ ଆରମ୍ଭ କରି ବିମାନ ପରିବନ ଏବଂ ନିରାପତ୍ତାଠାରୁ ଆରମ୍ଭ କରି ସବୁଜ ବିମାନ ଚଳାଚଳ ପର୍ଯ୍ୟନ୍ତ ବିମାନ ଚଳାଚଳ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ଖୁସି ଲାଗୁଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଶ୍ରୀ ଭୁମଲୁଙ୍ଗ ଭୁଆଲନାମ ଆଲୋକପାତ କରି କହିଥିଲେ, ଯେ ଶୀର୍ଷ ବେସାମରିକ ବିମାନ ଚଳାଚଳ ନେତୃବର୍ଗଙ୍କ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସଂଗଠନ ଏବଂ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ ଅଂଶୀଦାରଙ୍କ ସହ ମିଳିତ ଆଭିମୁଖ୍ୟ ହିଁ ଆଗକୁ ଏକ ଦୃଢ଼ ମାର୍ଗ ସୃଷ୍ଟି କରିପାରିବ। ସମ୍ମିଳନୀର ଦ୍ୱିତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିଲା, ଯେଉଁଥିରେ ପ୍ରଶାନ୍ତ ମହାସାଗରୀୟ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରରେ ଯୋଗାଯୋଗ କାର୍ଯ୍ୟାଳୟ ପ୍ରତିଷ୍ଠା ଉପରେ ଆଇସିଏଓ ଦ୍ୱାରା ଏକ ଉପସ୍ଥାପନା ସାମିଲ ଥିଲା। ଏହାର ଉଦ୍ଦେଶ୍ୟ ବିମାନ ଚଳାଚଳ ଆହ୍ୱାନର ମୁକାବିଲା କରିବାରେ ଛୋଟ ରାଷ୍ଟ୍ରମାନଙ୍କୁ ସମର୍ଥନ କରିବା। ବେସାମରିକ ବିମାନ ଚଳାଚଳ ଉପରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ମନ୍ତ୍ରୀସ୍ତରୀୟ ଘୋଷଣାନାମା (ଦିଲ୍ଲୀ ଘୋଷଣାନାମା)ର ଚିଠା ଉପସ୍ଥାପନ ଓ ଆଲୋଚନା କରାଯାଇଥିଲା। ଏହା ପରେ ମନ୍ତ୍ରୀସ୍ତରୀୟ ବିଚାରବିମର୍ଶ ପରେ ଏହାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିଲା। ଏତଦ୍‌ବ୍ୟତୀତ, ଆଇସିଏଓ ଏବଂ ଚିକାଗୋ ସମ୍ମିଳନୀର ୮୦ ତମ ବାର୍ଷିକୀ ପାଳନ ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିଲା, ଯାହା ଗତ ଆଠ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ମାନକ ଗଠନ କରିବାରେ ସଂଗଠନର ଭୂମିକାକୁ ସ୍ପଷ୍ଟ ଭାବେ ଆଲୋକପାତ କରିଥିଲା।

Tags: ModinewsTOP NEWS
ShareTweetSendShare

RelatedNews

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍
Opinion

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ
Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ
ଜାତୀୟ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?
Latest News

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

Latest News

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ସାରା ବିଶ୍ବ ଭ୍ରମଣ କରି ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ସାଂସଦ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.