ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ । ବର୍ତମାନ ଡ଼େମୋକ୍ରାଟିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି । ମାତ୍ର 21 ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଦୃଢତାର ସହ ଡ଼େମୋକ୍ରାଟିକ ଦଳର ବାର୍ତା ଜନତାଙ୍କ ସମ୍ମୁଖରେ ରଖୁଛନ୍ତି ।
ସମୟ ମୟୁରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା । ତେବେ ବାପା ମାନସ ସାହୁ କିଛି ବର୍ଷ ପାଇଁ ରାୟଗଡ଼ା ଜିଲ୍ଲାର ଚିକିରି କରିଥିଲେ । ଆମୋରିକାରେ ଚାକିରି ପାଇବାରୁ ମାନସ ପରିବାର ସହ ଭାରତ ଛାଡ଼ିଥିଲେ । ବର୍ତମାନ ପରିବାର ସହ ସମୟ ନ୍ୟୁ ହାମସାୟର ରାଜ୍ୟର ନାସୁଆ ସହରରେ ରହୁଛନ୍ତି । 2008 ମସିହାରେ ଡ଼େମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ । ପୁଅର ଏଭଳି ଆଗ୍ରହ ଦେଖି ଆମେରିକାର ଇତିହାସ ଏବଂ ରାଜନୀତି ବିଷୟରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ମାନସ । ତାଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡ଼େ ମୋକ୍ରାଟିକ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା । ଯାହାଫଳରେ 2012 ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ । 2020 ମସିହାରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ ।