ପ୍ରଧାନମନ୍ତ୍ରୀ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ପୂଜାର୍ଚ୍ଚନା କରିବାକୁ ନେଇ ଚାଲିଚି ଚର୍ଚା । ରାଜନୀତି ସରଗରମ ହୋଇଛି । ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି। ଯାହାକୁ ନେଇ ବିରୋଧୀମାନେ ମୋଦିଙ୍କ ଉପରେ ବର୍ଷିଛନ୍ତି । ଏହାକୁ ନେଇ ବିରୋଧୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ସେପଟେ ବିଜେପି ବିରୋଧୀଙ୍କ ଏପରି ଇଙ୍ଗିତକୁ କଟାକ୍ଷ କରିଛି । ବିରୋଧୀମାନେ ତାହା କରିଲେ ଗଣତନ୍ତ୍ରର ମଂଗଳ ହୋଇଥାନ୍ତା । କିନ୍ତୁ ବିଜେପି ସରକାର ସମୟରେ ହୋଇଥିବାରୁ ଗଣତନ୍ତ୍ର ଖରାପ ହୋଇଗଲା । ଗଣେଶ ପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ଯିବା ଆମ ସଂସ୍କୃତିର ଏକ ଅଂଶ । କିନ୍ତୁ ବିରୋଧୀ ଏହାକୁ ନେଇ ଯେମିତି କହୁଛନ୍ତି ତାହା ନିନ୍ଦନୀୟ । ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ପୋଷ୍ଟ ପରେ ବିରୋଧୀ ନ୍ୟାୟିକ ପ୍ରକ୍ରିୟାରେ ଥିବା ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ବିତର୍କ ସୃଷ୍ଟି ହୋଇଛି ।