କର୍ଣ୍ଣାଟକରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଅଘଟଣକୁ ନେଇ ରାଜନୀତି ଜୋରଧରିଛି । ପରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ବିଚ ରାସ୍ତାରେ ଗୁଜରାଟ ଭଳି ପଡିଲା ପଥର । ଦୋକାନରେ ନିଆଁ ଲଗାଇଦେଲେ କିଛି ଲୋକ । ଏପରି ଭୟଙ୍କର ଦୃଶ୍ୟ କର୍ଣ୍ଣାଟକର ମାଣ୍ଡୟାରେ ଘଟିଛି । ଉଭୟ ପକ୍ଷଙ୍କ ପଥର ମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି । ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳାକୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ୫୨ ଜଣଙ୍କୁ ଅଟକ ରଖିଛି । , ଗତ ରାତିରେ କର୍ଣ୍ଣାଟକର ମାଣ୍ଡୟାର ନାଗମଙ୍ଗଳା ଟାଉନ୍ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା ବେଳେ ମୁସଲିମ ଯୁବକମାନେ ପଥରମାଡ଼ କରିଥିଲେ । ଶୋଭାଯାତ୍ରା ମସଜିଦ ନିକଟରେ ପହଞ୍ଚିବା ବେଳେ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଶୋଭାଯାତ୍ରାରେ ସ୍ଥିତି ଏଭଳି ହେଲା ଯେ, ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରାଗଲା । ୨ରୁ ୩ଟି ଦୋକାନରେ ନିଆଁ ଲଗାଯାଇଛି । ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ । ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ ।
ଏଥିରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଷ୍ଟେସନ ସମ୍ମୁଖରେ ମୂର୍ତ୍ତି ରଖି ବିରୋଧ ପ୍ରଦର୍ଶନ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନେ ଦାବି କରିଥିଲେ । ଏହି ଘଟଣାରେ ପୋଲିସ୫୨ ଜଣ ଲୋକଙ୍କୁ ଅଟକ ରଖିଛି । ସେପଟେ ଅଟକ ଥିବା ଲୋକଙ୍କ ସମ୍ପର୍କୀୟ ଥାନା ଘେରାଉ କରିଛନ୍ତି । ଏହି ଘଟଣାକୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡା କରିଛି ।