ଆଜି ଲୋକସଭା ଭବନର କନଭେନସନ କକ୍ଷରେ ନିଯୁକ୍ତି ମେଳା ଅନୁଷ୍ଠିଟି ହୋଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ନିଯୁକ୍ତି ମେଳାରେ ୪୭୬ ନୂତନ ଭାବେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଥିବା ୪୭୬ ନୂତନ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା କର୍ମ କ୍ଷେତ୍ରରେ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି।ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳାରେ ୪୭୬ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ମୁଁ ଆନନ୍ଦିତ। ନିଯୁକ୍ତି ପାଇଥିବା ସମସ୍ତ ପ୍ରାର୍ଥୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ନିଜର ପରିଶ୍ରମ ଏବଂ ଦୀର୍ଘଦିନର ସାଧନା ବଳରେ ଆପଣ ସମସ୍ତେ ଏହି ସଫଳତା ହାସଲ କରିପାରିଛନ୍ତି। ଏହା କେବଳ ଏକ ନିଯୁକ୍ତି ନୁହେଁ, ସରକାରଙ୍କ ପ୍ରତିନିଧି ଭାବେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିର ବିକାଶ ପାଇଁ ଆପଣ ପାଇଥିବା ଗୁରୁ ଦାୟିତ୍ଵର ଏହା ଏକ ସଂକଳ୍ପ ପତ୍ର ଅଟେ। ଲୋକଙ୍କ ସମସ୍ଯାର ସମାଧାନକୁ ଗୁରୁତ୍ଵ ଦେଇ ଆପଣ ସମସ୍ତେ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପିତ ସେବା ମନୋଭାବରେ କାର୍ଯ୍ୟ କରିବେ। ଆପଣ ସମସ୍ତଙ୍କ ଯୋଗଦାନ “ବିକଶିତ ଓଡ଼ିଶା” ନିର୍ମାଣକୁ ସାକାର କରିବ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି।