ଭାରତର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଆମେରିକାରେ ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ଚର୍ଚା ଜୋର ଧରିଛି । ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ରାହୁଲଙ୍କ ବକ୍ତବ୍ୟକୁ ନିନ୍ଦା କରୁଛନ୍ତି । ଭାରତୀୟ ଗଣତନ୍ତ୍ର, ଅଭିବ୍ୟକ୍ତିର ସ୍ୱାଧୀନତାର ସ୍ଥିତି ଏବଂ ଦେଶର ଅର୍ଥନୀତି ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି । ଭାରତର ପ୍ରଗତି ଉପରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ସେ କହିଥିଲେ “ମୁଁ ଭାବୁଛି 2014 ରେ ଭାରତୀୟ ରାଜନୀତିରେ ବହୁତ ପରିବର୍ତ୍ତନ ଆସିଛି। ଆମେ ଏଭଳି ଏକ ଯୁଗରେ ପ୍ରବେଶ କରିଛୁ ଯାହାକୁ ଆମେ ପୂର୍ବରୁ ଦେଖିନାହୁଁ | ଏହା ଆପତ୍ତିଜନକ ଏବଂ ଆମର ଗଣତାନ୍ତ୍ରିକ ଗଠନର ମୂଳଦୁଆ ଉପରେ ଆକ୍ରମଣ କରୁଛି। ତାଙ୍କ କହିବା କଥା ସରକାର ହିଂସାକୁ ସମର୍ଥନ କରୁଛି ।
ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, “ଗଣମାଧ୍ୟମକୁ ଦମନ କରାଯାଉଛି । ଏଜେନ୍ସି କୁ ବିରୋଧୀ ଦଳ ଉପରେ ଲଗାଯାଉଛି । ରାଜ୍ୟ ସରକାରଙ୍କୁ ଚାପି ଦିଆଯାଉଛି । ଆମେ ଅନୁଭବ କଲୁ ଯେ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିବା ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ । ତେଣୁ ଆମେ ଭାରତ ଯୋଡୋ ଯାତ୍ରା କଲୁ ।
ରାହୁଲ କେବଳ ସରକାରଙ୍କ ଦୋଷ ଦୁର୍ବଳତା ଉଠାଇ ନାହାଁନ୍ତି ସେ ଦେଶର ଦୁର୍ବଳତାକୁ ବିଦେଶୀ ମିଡିଆ ଆଗରେ କହିଥିବା ବିଜେପି ଅଭିଯୋଗ କରିଛି ।