ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଝିରେ ଚାକିରିର ଏକ ବଡ଼ ସୁଯୋଗ ମିଳିଛି । ଇସ୍ରାଏଲରେ ଚାକିରି କରିବା ପାଇଁ ପ୍ରାୟ 15000 ପଦବୀ ଖାଲି ସହ ଚିକିରି ପାଇଁ ସୁଯୋଗ ଆଣିଛି । ଇସ୍ରାଏଲ 10,000 ଭାରତୀୟ ନିର୍ମାଣ ଶ୍ରମିକଙ୍କୁ ପୁଣି ଥରେ ନିଯୁକ୍ତି ଦେବା ଅଭିଯାନ ଆଣି ଭାରତ ସହ ଯୋଗାଯୋଗ କରିଛି । ଏହାସହ 5000 ତଦାରଖକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବ । ଏହା ପ୍ରଥମ ଥର ନୁହେିଁ ଏହା ପୂର୍ବରୁ ଗତ ବର୍ଷ ମଧ୍ୟ ଇସ୍ରାଏଲ ନିଯୁକ୍ତି ଦେବା ପାଇଁ ଭାରତ ସହ ଯୋଗଯୋଗ କରିଥିଲା । ମାତ୍ର ଏବେ ପ୍ରଶ୍ନ ଉଠୁଛି ଯୁଦ୍ଧ ମଧ୍ୟରେ ଚିକିରି କରିବାକୁ କିଏ ପ୍ରସ୍ତୁତ ହେବ । ଆପଣ ଜାଣି ଆଶ୍ଚର୍ଯ୍ୟ ଯୁଦ୍ଧ ଗୁଳି ବମ ବିସ୍ପୋରଣ ମଧ୍ୟରେ ଗତି କରୁଥିବା ଇସ୍ରାଏଲରେ ଚାକରି କରିବା ପାଇଁ ଲକ୍ଷ ଲକ୍ଷ ଆବେଦନ କରାଯାଇଥାଏ । ଚିକିରି ପାଇଁ ମିଳୁଥିବା ବେତନ ଓ ସୁବିଧା ଦ୍ବାରା ଲୋକେ ଆକର୍ଷିତ ହେଉଛନ୍ତି । ଯୁଦ୍ଧ ମଧ୍ୟରେ ମଧ ଲୋକେ ଚିକିରି ପାଇଁ ରାଜି ହେଉଛନ୍ତି ।
ଇସ୍ରାଏଲରେ ପିଆଇବିଏ 15000 ଲୋକଙ୍କ ପାଇଁ ନିଯୁକ୍ତି ଆଣିଛି । ଏହି କାରଣରୁ କମ୍ପାନୀ ଆସନ୍ତା ସପ୍ତାହରେ ଭାରତ ଗ୍ରସ୍ତରେ ଆସିବ ।ନିର୍ମାଣ ଶ୍ରମିକଙ୍କ ଭର୍ତି ଅଭିଯାନରେ 2ୟ ପର୍ଯ୍ୟାୟ ମହାରାଷ୍ଟ୍ରରେ ହେବ । ଇସ୍ରାଏଲକୁ ନିଜ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ 5000 ତଦାରଖକାରୀଙ୍କ ମଧ୍ୟ ଆବଶ୍ୟକତା ରହିଛି । ଚାକିରି ପାଇଁ ସମସ୍ତ ଆବଶ୍ୟକୀୟ ସର୍ତକୁ ଜାରି କରାଯାଇଛି । ରିପୋର୍ଟ ଅନୁଯାୟୀ ଭାରତୀୟ ଶ୍ରମିକଙ୍କୁ ନିର୍ମାଣ କ୍ଷେତ୍ରରେ କାମ କରିବା ପାଇଁ ଇସ୍ରାଏଲ ନିଆଯିବ । ଏକ ଲକ୍ଷରୁ ଅଧିକ ପାଲେଷ୍ଟାଇନ ଶ୍ରମିକଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏପରି କରାଯାଇଛି ।
ଇସ୍ରାଏଲ୍ ଦୂତବାସର ପରିସଂଖ୍ୟାନକୁ ଦର୍ଶାଇ ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦୁଇଟି ମାର୍ଗ ମାଧ୍ୟମରେ ପ୍ରାୟ ୫୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଇସ୍ରାଏଲ ପାଇଁ ନିର୍ମାଣ ଶ୍ରମିକ ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୬,୮୩୨ ପ୍ରାର୍ଥୀ ଦକ୍ଷତା ପରୀକ୍ଷାରେ ହାଜର ହୋଇଥିଲେ, ସେଥିମଧ୍ୟରୁ ୧୦,୩୪୯ ଜଣ ପ୍ରାର୍ଥୀ ଚୟନ ହୋଇଥିଲେ।
ଚାକିରି ପାଇଁ ଚୟନ ହୋଇଥିବା ଲୋକଙ୍କୁ ପ୍ରତି ମାସରେ ୧.୯୨ ଲକ୍ଷ ଟଙ୍କା ଦରମା ମିଳିବ । ଏହା ବ୍ୟତୀତ ମାଗଣାରେ ଚିକିତ୍ସା ସୁବିଧା, ମଗଣାରେ ରହିବା ଓ ଖାଇବା ପ୍ରଦାନ କରାଯିବ । ଦରମା ବ୍ୟତୀତ କର୍ମଚାରୀଙ୍କୁ ପ୍ରତି ମାସରେ ୧୬,୫୧୫ ଟଙ୍କା ବୋନସ୍ ମଧ୍ୟ ଦିଆଯିବ । ଦରମା ଓ ବୋନସକୁ ଦେଖି ଲୋକେ ଯୁଦ୍ଧ ମଧ୍ୟରେ ମଧ୍ୟ ସେଠାରେ ନିଯୁକ୍ତି ପାଇଁ ରାଜି ହେଉଛନ୍ତି । ଗତ ବର୍ଷ ମଧ୍ୟ ନଭେମ୍ବରରେ ଦୁଇ ସରକାର ମଧ୍ୟରେ ଚୁକ୍ତିନାମା ହୋଇଥିଲା । ଚାକିରିରେ ନିଯୁକ୍ତି ପାଇଁ ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟ ଉତ୍ତର ପ୍ରଦେଶ, ହରିୟାଣା ଓ ତେଲେଙ୍ଗାନାରେ ହୋଇଥିଲା ।